ରାସ୍ତାରେ ଛୁଟୁଛି ମଇଳା ପାଣି

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ଜବରଦଖଲକାରୀଙ୍କ କବ୍ଜାରେ ରହିଛି ନନ୍ଦପୁର ସଦର ମହକୁମାର ଡ୍ରେନ୍ ଓ ରାସ୍ତା । ନିୟମିତ ଡ୍ରେନ୍ ସଫେଇ କରାଯାଉନି । ଏଥିଯୋଗୁ ବିଭିନ୍ନ ସମୟରେ ଡ୍ରେନ୍ ବନ୍ଦ ହୋଇଯାଉଛି । ରାସ୍ତାପାଶ୍ୱର୍ ହୋଟେଲରୁ ବାହାରୁଥିବା ଆବର୍ଜନା ପାଣି ନିଷ୍କାସିତ ହୋଇ ନପାରି ରାସ୍ତାରେ ଛୁଟୁଛି । ପରିବେଶ ଦୂଷିତ ହେଉଛି । ରାସ୍ତା ମରାମତି ଦିଗରେ ଆଖି ବୁଜି ଦେଇଛି ପ୍ରଶାସନ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜବରଦଖଲ ମୁକ୍ତ କରି ଡ୍ରେନ୍ ଓ ରାସ୍ତା ମରାମତି କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ନନ୍ଦପୁର ବ୍ଲକ୍ରେ ରହିଛି ଐତିହାସିକ କୀର୍ତ୍ତିରାଜି । ଏଥିସହ ବହୁ ପର୍ଯ୍ୟଟନସ୍ଥଳୀ ଏଠାରେ ରହିଛି । ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଦୂରଦୂରାନ୍ତରୁ ଏଠାକୁ ଆସୁଛନ୍ତି । ଘରେ ପଶିବା ବେଳେ ଚାଳିଆ ବାଜିବା ସଦୃଶ୍ୟ ରାଜଦାଣ୍ଡ ଅବସ୍ଥା ଦେଖି ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଅବହେଳାକୁ ଅଙ୍ଗୁଳି ଉଠାଉଛନ୍ତି । ଅନ୍ୟପକ୍ଷରେ ବତ୍ରିଶ ସିଂହାସନ ନିକଟରୁ ବସ୍ଷ୍ଟାଣ୍ଡ, ଥାନା, ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମାଉସୀ ମା’ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଆବର୍ଜନା ପାଣିର ସୁଅ ଛୁଟୁଛି । ରାସ୍ତାକଡରେ ଡ୍ରେନ୍ ରହିଥିଲେ ମଧ୍ୟ ତାହା ଜବରଦଖଲକାରୀଙ୍କ କବଜାରେ ରହିଛି । ନିୟମିତ ସଫେଇ ହେଉ ନଥିବାରୁ ହୋଟେଲରୁ ବାହାରୁଥିବା ଦୂଷିତ ପାଣି ରାସ୍ତାରେ ଛୁଟୁଛି । ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ପାଳନ ଅବସରରେ ଯୋଗଦେଇ ଅଞ୍ଚଳବାସୀ ରାସ୍ତାର ଦୂରାବସ୍ଥା ସମ୍ପର୍କରେ ଅଭିଯୋଗ କରିଥିଲେ । ରାସ୍ତା ମରାମତି ସହ ଜବରଦଖଲ ମୁକ୍ତ କରି ଡ୍ରେନ୍ ସଫେଇ କରିବା ଲାଗି ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ସହ ଡ୍ରେନ୍ ନିର୍ମାଣ କାର୍ଯ୍ୟ କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons