ରାସ୍ତାରେ ପିଚୁ ପକାଇଲେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ

Get real time updates directly on you device, subscribe now.

ରାଉରକେଲା: କେଉଁଠି ମନ୍ତ୍ରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ତ ଆଉ କେଉଁଠି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସହ ମିଶି କାମ କରୁଛନ୍ତି । ବେଶ୍ କିଛି ଦିନ ହେବ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ରାସ୍ତା କାମରେ ନିଜେ ପିଚୁ ପକାଉଥିବା ଦେଖିବାକୁ ମଳିଛି।
ସୂଚନାଯୋଗ୍ୟ ଯେ, ରାଉରକେଲା ହନୁମାନ ବାଟିକା ସମ୍ମୁଖରେ ଥିବା ରାସ୍ତାରେ ଦୀର୍ଘ ଦିନ ସ୍ବରେଜ ବୋର୍ଡ କାମ ଚାଲିଛି ଯାହା ଫଳରେ ରାସ୍ତା ବିପର୍ୟ୍ୟୟ ଅବସ୍ଥାରେ ପଡିରହିଥିଲା ।ଗାଡି ମଟର ସହ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଛି । ସ୍ଥାନୀୟ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗତକାଲି ରାତିରେ କିଛି ଶ୍ରମିକଙ୍କୁ ଧରି ରାଉରକେଲା ବିଧାୟକ ସାରଦା ନାଏକ ପହଞ୍ଚିଥିଲେ ହନୁମାନ ବାଟିକା ରାସ୍ତାରେ ରାସ୍ତାକୁ ମରାମତି କରାଇବା ସହ ନିଜେ ମଧ୍ୟ ସେଠାରେ ପିଚୁ ପକା କାମରେ ଲାଗିପଡି କିଛି ସମୟ ପାଇଁ ବିଧାୟକ ସାରଦା ନାଏକ ଶ୍ରମିକଙ୍କ ସହ ପାଲିଟିଯାଇଥିଲେ ନିଜେ ଶ୍ରମିକ । ଗତ କିଛି ଦିନ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ବ୍ୟାଣ୍ଡେଜ କରି ଚର୍ଚ୍ଚାରେ ରହିଥିବା ବିଧାୟକ ସାରଦା ନାୟକଙ୍କ ଏହି ରାସ୍ତା କାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବିଧାୟକ କରୁଥିବା ରାସ୍ତା କାମର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons