ରାସ୍ତା ଉପରେ ଜଳିଗଲା କାର୍

Get real time updates directly on you device, subscribe now.

ଉମରକୋଟ,(ବି.ବି.ନ୍ୟୁଜ୍): ଉମରକୋଟରୁ ରାଇଘର ମୁଖ୍ୟରାସ୍ତା ବଣିପଦର ନିକଟରେ ଶନିବାର ରାତିରେ ଏକ କାର୍ରେ ନିଆଁ ଲାଗି ପୋଡି ଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ କେହି ଗାଡିଟିରେ ନିଆଁ ଲଗାଇ ପୋଡି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ସହିଦ ସପ୍ତାହ ଅବସରରେ ଏହା ମାଓବାଦୀଙ୍କ କାଣ୍ଡ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଘଟଣାଦିନ ରାତି ପ୍ରାୟ ତିନିଟାରେ ବଣିପଦର ନିକଟରେ କାରଟି ହୁତୁହୁତୁ ହୋଇ ଜଳୁଥିବା ରାଇଘର ଥାନା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା । ଗାଡି ପାଖରେ ସେହି ସମୟରେ କେହି ନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପରେ ପୁଲିସ ପହଞ୍ଚି ଗାଡିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗାଡିର ନମ୍ବର ଜଣା ପଡିନଥିବା ବେଳେ ଏହା ରାସ୍ତା କଡରେ ପାର୍କଂ ହୋଇଥିଲା । ଗାଡିର ଡାହାଣ ପଟ ପଛ ଚକା ପାଖରେ ଜ୍ୟାକ ଲାଗିଥିଲା । ପଙ୍କ୍ଚର ଯୋଗୁ ଚକା ବଦଳାଇବା ଉଦ୍ୟମ ହୋଇଥିବା ବେଳେ ଏହାର ଷ୍ଟେପିନ୍ ଚକାଟି ବାହାରେ ଥିଲା । ନିଆଁରେ ଏହା ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ କେହି ଏହି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏ ସମ୍ପର୍କରେ ରାଇଘର ଥାନା ଅ%ିକାରୀ ସବିତା ମହାପାତ୍ରଙ୍କୁ ପଚାରିବାରୁ ଘଟଣା ନେଇ ଥାନାରେ ଏକ ମାମଲା(ନଂ-୭୩/୧୯) ରୁଜୁ ହୋଇଥିବା କହିଛନ୍ତି । ଗାଡି ମାଲିକ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପ୍ରବୀଣ ଶର୍ମା ଜଣାପଡିଥିବା ବେଳେ ତାଙ୍କୁ ଥାନାରେ ଅଟକ ରଖାଯାଇଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons