
ନୟାଗଡ଼,(ବି.ବି.ନୁ୍ୟଜ): ଆଜି ମଧ୍ୟାହ୍ନରେ ନୟାଗଡ଼ ସହର ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଏକ ବାଇକ୍ ହଠାତ୍ ଜଳିଯାଇଛି । ବାଇକ୍ ଚାଳକ ନିଜକୁ ରକ୍ଷା କରିବାକୁ ଯାଇ ରାସ୍ତା ଉପରେ ବାଇକ୍ଟିକୁ ଛାଡ଼ି ଦୌଡ଼ି ପଳାଇ ଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟାଙ୍କର କେତେକ କର୍ମଚାରୀ ବ୍ୟାଙ୍କରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ଚେଷ୍ଟା କରିଥିଲେ ସୁଦ୍ଧା ଯନ୍ତ୍ର କାମ କରି ନଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚôବା ବେଳକୁ ବାଇକ୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ଘଟଣା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଜନୈକ ଯୁବକ ଏକ ବାଇକ୍ରେ ଟ୍ରାଫିକ୍ ଛକରୁ ପୁରୁଣା ସହର ଆଡକୁ ଯାଉଥିଲେ । ରାସ୍ତା ଉଠାଣି ଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ହଠାତ୍ ବାଇକ୍ର ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା । ଯୁବକ ଜଣକ କିକ୍ ମାରି ବାଇକ୍ଟିକୁ ଷ୍ଟାର୍ଟ କରିବା ବେଳେ ହଠାତ୍ ବାଇକ୍ଟିରେ ନିଆଁ ଲାଗି ଯାଇଥିଲା ।


Comments are closed, but trackbacks and pingbacks are open.