ରାସ୍ତା ଖୋଳିଦେଲେ ମାଓବାଦୀ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ ପୁଲିସ ଏନ୍କାଉଣ୍ଟରରେ ୫ ମାଓବାଦୀଙ୍କ ମୃତୁ୍ୟ ପରେ ତାତି ଉଠିଛନ୍ତି ସାଥୀ ମାଓବାଦୀ । ସୀମାନ୍ତ ବେଲଘର ଥାନା ଅଞ୍ଚଳର ଝିଲିଗୁଡ଼ାରୁ ବେଲଘର ମଧ୍ୟରେ ରାସ୍ତା ଖୋଳି ଦେଇଛନ୍ତି । ଏଥିଯୋଗୁ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି । ବିଶେଷ କରି ଅମ୍ବାଦଳାରୁ ବେଲଘର ଦେଇ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ୩ଟି ଜିଲ୍ଲାର ଯବାନମାନେ ମିଳିତ କମ୍ବିଂ ଜୋରଦାର କରିଛନ୍ତି । ମାଓବାଦୀମାନେ ଆଉକିଛି କାଣ୍ଡ ଭିଆଇବାର ସମ୍ଭାବନା ଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସୀମାନ୍ତ ଅଞ୍ଚଳର ଲୋକେ ।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ରଘୁବାରୀ ପଞ୍ଚାୟତରୁ ଆରମ୍ଭ କରି କଳାହାଣ୍ଡି ଜିଲ୍ଲାର ଝିରିପାଣି ଏବଂ କନ୍ଧମାଳ ଜିଲ୍ଲାର ବେଲଘର ପର୍ଯ୍ୟନ୍ତ ରହିଛି ବିସ୍ତୀର୍ଣ୍ଣ ଜଙ୍ଗଲ । ଏସବୁ ଅଞ୍ଚଳ ମାଓବାଦୀଙ୍କ ସୁରକ୍ଷିତ ଆ‡ାସ୍ଥଳି ପାଲଟିଛି । ଗତ ୯ ତାରିଖର ଏନକାଉଣ୍ଟରରୁ ଏହା ସ୍ପଷ୍ଟ ହୋଇଛି । ପୁଲିସ ଗୁଳିରେ ଆହୁରି ୧୨ରୁ ୧୫ ଜଣ ମାଓବାଦୀ ଆହତ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୁଲିସ୍ ପକ୍ଷରୁ ଗୁରୁବାର ଗଣମାଧ୍ୟମକୁ କିଛି ସୂଚନା ପ୍ରଦାନ କରାଯାଇଛି । ଏହାପରେ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଯବାନମାନଙ୍କ ତରଫରୁ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଆହତଙ୍କ ମଧ୍ୟରେ ଟପ୍ ମାଓନେତା ନିଖିଲ ରହିଥିବା ଅନୁମାନ କରାଯାଉଛି । ଆହତ ମାଓବାଦୀ ଚିକିତ୍ସା ଏବଂ ଆଶ୍ରୟ ନେବା ପାଇଁ ରାୟଗଡ଼ା ଜିଲ୍ଲା ଭିତରକୁ ପଶି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁଇନ୍ଦା ବିଭାଗ ଏ ସମ୍ପର୍କରେ ରାୟଗଡ଼ା ଜିଲ୍ଲା ପୁଲିସକୁ ଅବଗତ କରିବା ପରେ କମ୍ବିଂକୁ ଜୋରଦାର କରାଯାଇଥିବା ଏସ୍ପି ଡ. ଶର୍ବଣା ବିବେକ.ଏମ କହିଛନ୍ତି ।
ଏସ୍ପି କହିଛନ୍ତି, ଗୁଇନ୍ଦା ରିପୋର୍ଟ ଆଧାରରେ ଅପରେସନ କରାଯାଉଛି । କେଉଁ କେଉଁ ଅଞ୍ଚଳରେ ଏହା ଜାରି ରହିଛି, ତାହା ସୁରକ୍ଷା ଦୃଷ୍ଟିକୋଣରୁ କୁହାଯାଇ ପାରିବ ନାହିଁ । ଅନ୍ୟପକ୍ଷରେ ଆମ ଅନୁସନ୍ଧାନରୁ ଜଣାଯାଇଛି ଯେ, ଆଜି ମୁନିଗୁଡ଼ା ଓ ଅମ୍ବାଦଳା ଥାନା ଅଞ୍ଚଳରୁ ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସଓଜି ଯବାନମାନେ ଏନ୍କାଉଣ୍ଟର ଅଞ୍ଚଳକୁ କମ୍ବିଂରେ ଯାଇଛନ୍ତି । ମୁନିଗୁଡ଼ା ଓ ଅମ୍ବାଦଳା ପୁଲିସକୁ ଅଧିକ ସତର୍କ ରହିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ମାଓବାଦୀମାନେ ନିଜ ଗତିପଥ ବଦଳାଇ ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତରେ ଥିବା ନିୟମଗିରି ପାହାଡ଼କୁ ଆସିବାର ସମ୍ଭାବନା ଥିବାରୁ ସେସବୁ ଅଞ୍ଚଳ ଉପରେ ଫୋକସ କରାଯାଇଛି । କଲ୍ୟାଣସିଂହପୁର ଓ ବିଷମକଟକ ଅଞ୍ଚଳରୁ ଯବାନମାନଙ୍କୁ ନିୟମଗିରି ପାହାଡ଼କୁ ଅପରେସନ ପାଇଁ ପଠାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ, ଡାଙ୍ଗସରଡ଼ା, କଲ୍ୟାଣସିଂହପୁରଠାରେ ଅବସ୍ଥାପିତ ସିଆର୍ପିଏଫ୍ ଯବାନଙ୍କୁ ସତର୍କତା ଅବଲମ୍ବନ ଲାଗି ନିଦେ୍ର୍ଧଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons