ବଣାଇଁ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ରାଜାବସା ଠାରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ରାସ୍ତାର ୧୫ ଫୁଟ ତଳକୁ ଏକ ବାଇକ୍ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକମାନେ ହେଲେ କୈବଲ୍ୟ କିସାନ, ଅଭିମନୁ୍ୟ ମୁଣ୍ଡା ଏବଂ ଆହତ ଯୁବକ ରାଜେନ୍ଦ୍ର କିସାନ ।
ମିଳିଥିବା ସୂଚନା ମୁତାବକ ଶିଶଡିହି ଗ୍ରାମର କୈବଲ୍ୟ, ଅଭିମନୁ୍ୟ ଓ ରାଜେନ୍ଦ୍ର ଏକ ନମ୍ବର ବିହୀନ ପଲସର ଯୋଗେ ଗୁରୁଣ୍ଡିଆରୁ ବଣାଇଁର ନରେନ୍ଦ୍ର ଆଡ଼କୁ ଆସୁଥିଲେ । ତେବେ ରାଜାବସା ଠାରେ ଭାରସାମ୍ୟ ବାଇକ୍ଟି ରାସ୍ତାରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ କୈବଲ୍ୟ ଓ ଅଭିମନୁ୍ୟଙ୍କ ମୃତୁ୍ୟ ଘଟିଥିବା ବେଳେ ରାଜେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ବଣାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଣାଇଁ ଥାନା ପୁଲିସ୍ ବାଇକ୍କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।


Comments are closed, but trackbacks and pingbacks are open.