ରାହୁଲଙ୍କ କଥା ତାଙ୍କ ମୁଖ୍ୟମନ୍ତ୍ରୀ ଶୁଣୁନାହାନ୍ତି

Get real time updates directly on you device, subscribe now.

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କଥା ତାଙ୍କ ମୁଖ୍ୟମନ୍ତ୍ରୀମାନେ ଆଦୌ ଶୁଣୁନାହାନ୍ତି । ଏହାର ଅର୍ଥ ତାଙ୍କ କଥାରେ କୌଣସି ଓଜନ ନାହିଁ କିମ୍ୱା ତାଙ୍କ ବୟାନକୁ କେହି ଗୁରୁତ୍ୱ ଦେଉନାହାନ୍ତି । ବରିÂ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଶନିବାର ରାହୁଲଙ୍କୁ ଏଭଳି କଟାକ୍ଷ କରିଛନ୍ତି ।
ନ୍ୟାୟପାଳିକା ଉପରେ କଂଗ୍ରେସ ଚାପ ପକାଉଥିବା ଅଭିଯୋଗ କରି ମନ୍ତ୍ରୀ ରବିଶଙ୍କର କହିଛନ୍ତି, ନିର୍ବାଚନରେ ବାରମ୍ୱାର ହାରିବା ପରେ ଦଳର ଏଭଳି ସ୍ଥିତି ଉପୁଜିଛି । ଏହି ଦଳର ଲୋକମାନେ ରାଜନୀତିକୁ ଖରାପ ଢଙ୍ଗରେ ନିୟନ୍ତ୍ରଣ କରିବାକୁ ଜୋରସୋର ଚେଷ୍ଟା ଚଳାଇଛନ୍ତି । କଂଗ୍ରେସ ଏବେ ତାହା ହିଁ କରୁଛି । ଲକ୍ଡାଉନ୍ ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ପ୍ରଶ୍ନ ଉଠାଉଥିବା ନେଇ ପ୍ରଶ୍ନର ଉତ୍ତରରେ ରବିଶଙ୍କର କହିଛନ୍ତି, ତାଙ୍କ କଥା କଂଗ୍ରେସର ମୁଖ୍ୟମନ୍ତ୍ରୀମାନେ ଶୁଣୁନାହାନ୍ତି । ତାଙ୍କ କଥାରେ ଓଜନ ନାହିଁ କିମ୍ୱା ତାଙ୍କୁ କେହି ଧ୍ୟାନ ଦେଉ ନ ଥିବା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ।
ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ସଂକଟରେ ମିଳିତ ଭାବେ କାମ କରିବା ଆବଶ୍ୟକ । ସଂକଟ ଟଳିବା ପରେ ରାଜନୀତି କରାଯାଇ ପାରିବ । କିନ୍ତୁ କଂଗ୍ରେସ ତାହା କରୁନାହିଁ । ଲକ୍ଡାଉନ୍କୁ ରାହୁଲ ବିରୋଧ କରିଥିଲେ । କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇବାକୁ ତାଳି ଓ ଘଣ୍ଟ ବଜାକୁ ସେ ବିରୋଧ କରିଥିଲେ । ଦେଶରେ ଦୀପ ଜଳାହେଲା, କୁଡ଼ିଆ ଘରଗୁଡ଼ିକରେ ବି ଲୋକେ ଦୀପ ଜଳାଇଲେ । ତାକୁ ବି ସେ ବିରୋଧ କଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସର୍ବପ୍ରଥମେ ରାଜ୍ୟରେ କର୍ଫୁ୍ୟ ଲାଗୁକଲେ । ଲକ୍ଡାଉନ୍ ଆରମ୍ଭ କଲେ । ରାଜସ୍ଥାନ ବି ତାହା କଲା । କିନ୍ତୁ ତାହା ଉପରେ ରାହୁଲ ମୁହଁ ଖୋଲିଲେ ନାହିଁ । କେନ୍ଦ୍ର ନିଷ୍ପତ୍ତି ନେବା ପୂର୍ବରୁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ଆଗୁଆ ଲକ୍ଡାଉନ୍ ପଦକ୍ଷେପ ନେଲେ । ଏହାର ଅର୍ଥ ତାଙ୍କ ମୁଖ୍ୟମନ୍ତ୍ରୀମାନେ ତାଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons