ରାୟଗଡ଼ାରେ ଯାତ୍ରୀବାହୀ ବନ୍ ଦୁର୍ଘଟଣା: ୩ମୃତ

Get real time updates directly on you device, subscribe now.

ରାୟଗଡା: ରାୟଗଡାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଷମ କଟକ ଥାନା ଅନ୍ତର୍ଗତ କାମୁଣିଠାରେ ଏକ ଫର୍ଚୁନ ନାମକ ବସ ଦୁର୍ଘଟଣା ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାସହ ବସ ତଳେ କିଛି ଯାତ୍ରୀ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚିଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତିି । ବସଟି ଟିକିରିରୁ ଭୁବନେଶ୍ୱର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons