ରାୟଗଡ଼ା ଜିଲ୍ଲାରେ ୧୨ ଜଣ ପ୍ଲାଜ୍ମା ଦାନ ପ୍ରଥମ

Get real time updates directly on you device, subscribe now.

ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି, ସେ ତୁଳନାରେ ଆରୋଗ୍ୟ ଲାଭ ମଧ୍ୟ ହୋଉଛନ୍ତି, କୋଚିତ ମାତ୍ର ପ୍ରାଣ ହରାଇ ଥିବା ଦେଖିବାକୁ ମିଳିଛି। କରୋନା ରୋଗ ର ଔଷଧ ବା ଟୀକା ବର୍ତ୍ତମାନ ସୁଦ୍ଧା ବାହାରି ପାରିନି। ଡାକ୍ତର ବା ଗବେଷକ ଙ୍କ କହିବା ପ୍ରକାରେ ଯଦି ଗୋଟିଏ ଲୋକ କରୋନା ରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଥିବ, ସେ ଲୋକର ରକ୍ତ ସହ ମିଶି ରହୁଥିବା ପ୍ଲାଜ୍ମା , ଯେପରି ରକ୍ତ ଗୋଟିଏ ଲୋକରୁ ବାହାର କରି ଅନ୍ୟ ଲୋକଙ୍କୁ ଦିଆ ଯାଇଥାଏ ସେପରି ପ୍ଲାଜ୍ମା ମଧ୍ୟ କରୋନା ରୋଗୀର ଶରୀର ରେ ଦେଲେ ସେ ଲୋକ ତୁରନ୍ତ କରୋନା ରୋଗ ରୁ ମୁକ୍ତି ଲାଭ କରି ଥାଏ। ଆଜି ରାୟଗଡା ୧୨ ଜଣ କୋଭିଡ ଯୋଦ୍ଧା କରୋନା ରୋଗରେ ପୀଡିତ ହୋଇ କରୋନା ସହ ଲଢ଼େଇ କରି ବିଜୟ ଲାଭ ଓ ରୋଗ ମୁକ୍ତ ହୋଇଛନ୍ତି, ସେମାନେ ଆଜି ତାଙ୍କ ପ୍ଲାଜ୍ମା କୁ ଦାନ କରିଛନ୍ତି। ସେ ୧୨ ଗୋଟି ପ୍ଲାଜ୍ମା କୁ ଗକଉଏ ମେଡିକାଲ କଲେଜ କୁ ପଠା ଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣ କରୋନା ଯୋଦ୍ଧା, ୫ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ୨ ଜଣ ପୋଲିସ କର୍ମଚାରୀ ଓ ଅନ୍ୟ ମାନେ ସାଧାରଣ ଜନତା ଗୁଣପୁର, ପଦ୍ମପୁର ଓ ରାୟଗଡା ଅଞ୍ଚଳରୁ। ଏହି ୧୨ ଜଣଙ୍କ ପ୍ଲାଜ୍ମା ଦାନ ରେ କିଛି କରୋନା ରୋଗି ଙ୍କ ଜୀବନ ବଂଚି ପାରିବ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବାସୀଙ୍କ ତରଫରୁ ୧୨ ଜଣ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons