ରାୟଗଡାରେ ସେକ୍ସ ରାକେଟ୍ ଠାବ, ୩ ଯୁବକ ଗିରଫ, ୨ ଯୁବତୀ ଉଦ୍ଧାର

Get real time updates directly on you device, subscribe now.

ରାୟଗଡା : ରାୟଗଡା ସହରର ଏଫସିଆଇ ଛକରେ ପୋଲିସ ସେକ୍ସ ରାକେଟ୍ ଠାବ କରିଛି । ଘଟଣାରେ ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଗିରଫ ୩ ଯୁବକ ହେଲେ କିନପିନ ଚନ୍ଦନ କୁମାର ଚୌଧୁରୀ, ସୋନୁ ମଲ୍ଲିକ ଓ ବିକୁ କୁମାର ତାଣ୍ଡି ।
ସେହିଭଳି ୨ ଯୁବତୀ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି। ଏକ ଭଡା ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୋଲିସ ସୂଚନା ପାଇଥିଲା । ଏହାପରେ ପୋଲିସର ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ୨ ଯୁବକ ଅସଞ୍ଜତ ଅବସ୍ଥାରେ ଥିଲେ । ଘଟଣାସ୍ଥଳରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଯୁବତୀ ମାନଙ୍କୁ କାଉନସେଲିଂ ପରେ ସ୍ଵଧାର ଗୃହକୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons