ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ମା’ କଳ୍ପନା ଦାସ-ଝିଅ ବବ୍ଲି ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜେରା କରାଯିବା ସହ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଲିସ ରାୟଗଡ଼ ସିଜେଏମ୍ଙ୍କ କୋର୍ଟରେ ହାଜର କରିଛି । ସେଠାରୁ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ଦିନକ ପାଇଁ ରିମାଣ୍ଡରେ ନେବା ପରେ ଛତିଶଗଡ଼ ରାୟଗଡ଼ ପୁଲିସ ଅନୁପଙ୍କ ଠାରୁ କି ନୂଆ ତଥ୍ୟ ପାଇଛି ତାହାର କୌଣସି ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିନାହିଁ । ହେଲେ ଏହି ହତ୍ୟାକାଣ୍ଡରେ ଅନୁପ, ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ (ବର୍ଦ୍ଧନ)ଙ୍କ ସହ ଆଉ କିଏ ସମ୍ପୃକ୍ତ ତାହାକୁ ନେଇ ଅନୁପଙ୍କୁ ମାରାଥନ ଜେରା କରାଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଆଜି ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରିଛନ୍ତି । ଆସନ୍ତାକାଲି ଅର୍ଥାତ ୨୭ ତାରିଖ ଦିନ ଏନେଇ ରାୟ ପ୍ରକାଶ କରିବାକୁ ଧାର୍ଯ୍ୟ କରିଛନ୍ତି । ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ଛତିଶଗଡ଼ ପୁଲିସ ଗଣମାଧ୍ୟମ ସହ ନିର୍ଦ୍ଧିଷ୍ଟ ଦୂରତା ରକ୍ଷା କରୁଥିବାରୁ ତଦନ୍ତରୁ ମିଳିଥିବା ଅନେକ ତଥ୍ୟ ବାହାରକୁ ଆସି ପାରୁନାହିଁ ।
ଅନୁପଙ୍କ ଜଣେ ଘନିÂ ସମ୍ପର୍କୀୟ ରାଜକିଶୋର ଦେଓ କିଛି ଦିନ ହେଲା କୁଚିଣ୍ଡା ଅଞ୍ଚଳରେ ଦେଖା ଯାଉନଥିବାରୁ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃୃକ୍ତି ନେଇ ଚର୍ଚ୍ଚା ଜୋର ଧରିଛି । ଛତିଶଗଡ଼ ପୁଲିସ ବି ତାଙ୍କ ଟେର ପାଉନାହିଁ । ଗତ ୨୨ ତାରିଖ ସକାଳେ ସେ କୁଚିଣ୍ଡା ଗୋଛରା ଅଞ୍ଚଳରେ ଥିବା ଦେଖାଯାଇଥିଲା । ସେହିଦିନ ରାତିରେ ଛତିଶଗଡ଼ ପୁଲିସ ରାଜକିଶୋରଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଦେବା ପରଠାରୁ ତାଙ୍କର ଆଉ ଖୋଜଖବର ନାହିଁ । ଛତିଶଗଡ଼ ପୁଲିସ ବି ତାଙ୍କୁ ଖୋଜୁଛି । ଅନ୍ୟ ପକ୍ଷରେ ତାଙ୍କ ପରିବାର ଲୋକେ ସେ ବିଳାସପୁର ଯାଇଥିବା କହିଥିଲେ ହେଁ ଏଯାଏଁ କିଛି ଠୋସ ସୁରାକ ନାହିଁ । ଅନୁପଙ୍କ ବହୁ ସମ୍ପର୍କୀୟ ଏବେ ପୁଲିସ ସ୍କାନରରେ ରହିଛନ୍ତି । ସେମାନଙ୍କୁ ଛତିଶଗଡ଼ ପୁଲିସ ତୁହାକୁ ତୁହା ନୋଟିସ କରି ଥାନାକୁ ଡାକି ପଚରା ଉଚରା ଜାରି ରଖିଥିବାରୁ ଆଗକୁ ଆଉ କିଛି ବ୍ୟକ୍ତି ଏହି ମାମଲାରେ ଛନ୍ଦି ହେବା ଆଶଙ୍କା ରହିଛି ।
ଛତିଶଗଡ଼ ପୁଲିସ ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ବେଶ ସତର୍କତାର ସହ ମାପିଚୁପି ଗଣମାଧ୍ୟମକୁ ସୂଚନା ପ୍ରଦାନ କରୁଛି । ପୁଲିସର ତଦନ୍ତ ସହ ସମାନ୍ତରାଳ ଭାବେ ଗଣମାଧ୍ୟମର ତଦନ୍ତ ଚାଲିଛି । ଯାହାକି ପୁଲିସ ତଦନ୍ତରେ ବାଧା ସୃଷ୍ଟି କରୁଛି ବୋଲି ବହୁ ବରିÂ ପୁଲିସ ଅଧିକାରୀଙ୍କ ମତ । ଖାସକରି ଯେଉଁ ବୋଲେରୋକୁ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇ ଥିଲା ବୋଲି ଏଯାଏଁ ପୁଲିସ ପାଖରେ ଖବର ରହିଛି ତାହାକୁ ନେଇ ଗଣମାଧ୍ୟମର ଅନୁସନ୍ଧାନମୂଳକ ଖବର ପ୍ରକାଶନ ପୁଲିସକୁ ଚକିତ କରିଥିଲା ।
Comments are closed, but trackbacks and pingbacks are open.