କଟକ,(ବି.ବି.ବୁ୍ୟରୋ): କରୋନା ମୁକାବିଲା କ୍ଷେତ୍ରରେ ସହଯୋଗ ପାଇଁ ଶିଳ୍ପୋଦ୍ୟୋଗ ‘ରୁଚି’ ମସଲା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ରୁଚିର ନିଦେ୍ର୍ଧଶକ ଅରବିନ୍ଦ ସାହୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଭେଟି ଏହି ଅର୍ଥରାଶିର ଚେକ୍ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ “ରୁଚି’ର ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଉପସ୍ଥିତ ଥିଲେ । ଏହାପୂର୍ବରୁ “ରୁଚି’ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ୫ ଲକ୍ଷ ଟଙ୍କାର ଅର୍ଥରାଶିର ଚେକ୍ ପ୍ରଦାନ କରାଯାଇଥିଲା । କଟକ ସହରାଞ୍ଚଳର ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା । ରୁଚି ଅନୁÂାନର ଏହି ସାମାଜିକ ଓ ସେବାମୂଳକ କାର୍ଯ୍ୟକୁ ଜିଲ୍ଲାପାଳ ଭୂୟସୀ ପ୍ରଶଂସା କରିଛନ୍ତି ।
Comments are closed, but trackbacks and pingbacks are open.