ରେଣୁକାଙ୍କ ବିରୋଧରେ ଗିରଫ ପରୱାନା

Get real time updates directly on you device, subscribe now.

ନୂଆଦିଲ୍ଲୀ: କଂଗ୍ରେସ ନେତା ରେଣୁକା ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ୪ ବର୍ଷ ତଳେ ତାଙ୍କ ବିରୋଧରେ ଜଣେ ମହିଳା ରୁଜୁ କରିଥିବା ମାମଲା ଆଧାରରେ ଏହି ୱାରେଣ୍ଟ ଜାରି କରାଯାଇଛି । ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ରେଣୁକା ୨୦୧୪ ନିର୍ବାଚନ ସମୟରେ ତାଙ୍କ ସ୍ୱାମୀଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ଦେବେ ବୋଲି କହି ଟଙ୍କା ନେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ସ୍ୱାମୀଙ୍କୁ ଟିକେଟ ନ ଦେଇ ସେ ଅନ୍ୟ ଜଣଙ୍କୁ ଟିକେଟ ଦେଇଥିଲେ । ଏନେଇ ରେଣୁକାଙ୍କୁ ପୂର୍ବରୁ ନୋଟିସ ଜାରି କରାଯାଇ କୋର୍ଟରେ ହାଜର ହେବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । କିନ୍ତୁ ସେ ବାରମ୍ବାର କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons