ରେଳଧାରଣା ଦେଇ ପ୍ରବେଶ ଉପରେ କଟକଣା

Get real time updates directly on you device, subscribe now.

ବିଷମକଟକ,(ବି.ବି.ନୁ୍ୟଜ): ରେଳଧାରଣା ଦେଇ ପ୍ରବେଶ ଉପରେ ରୋକ୍ ଲଗାଇଛି ରେଳବାଇ । ଫଳରେ ବିଷମକଟକ ବ୍ଲକ ନିୟମଗିରି ପାଦଦେଶର ୧୯ଖଣ୍ଡ ଗାଁର ଶତାଧିକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତ ପାଇଁ ଗାଁ ନିକଟ ରେଳଧାରଣା ପାରି ହୋଇ ସହରକୁ ଯିବା ଆସିବା କରିବା ସହ ବେପାରବଣିଜ କରି ପରିବାର ଚଳାଉଥିଲେ । ରେଳ ବିଭାଗର ଏଭଳି ରୋକ୍ ଲଗାଯିବା ପରେ ଡଙ୍ଗରିଆମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭାଗ ପକ୍ଷରୁ ରେଳଧାରଣା ତଳେ ଭୂତଳ ବ୍ରିଜ କରିବାକୁ ପ୍ରତିଶ୍ରୁତି ଦିଆଯାଇ ରାସ୍ତା ବନ୍ଦ କରିବା ଠିକ୍ ନୁହେଁ ବୋଲି ଡଙ୍ଗରିଆମାନେ କହିଛନ୍ତି । ବିଭାଗୀୟ ଅଧିକାରୀ ତୁରନ୍ତ ଭୂତଳ ବ୍ରିଜ ନିର୍ମାଣ କରିବାକୁ ଦାବି ହୋଇଛି ।
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଚାଞ୍ଚଡାଗୁଡା ପଞ୍ଚାୟତ କେରାଣ୍ଡିଗୁଡା ଠାରେ ରେଳ ଧାରଣା ଦେଇ ଯାତାୟତ କରିବା ଉପରେ ରେଳବିଭାଗ ରୋକ ଲଗାଇଛି । କେରାଣ୍ଡିଗୁଡାଠାରେ ଲୋକଙ୍କ ଅନଧିକାର ପ୍ରବେଶ ଦର୍ଶାଇ ରେଳ କର୍ତ୍ତୃପକ୍ଷ ଏକ ସତର୍କ ସୂଚନା ଫଳକ ଲଗାଇଛି । ରେଳଧାରଣା ଦେଇ ଯାତାୟାତ କରିବା ଦଣ୍ଡନୀୟ ଅପରାଧ । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ କହିଛନ୍ତି, ଚାଞ୍ଚଡାଗୁଡା ପଞ୍ଚାୟତ କେରାଣ୍ଡିଗୁଡା, ପୁସୁଗୁଡା, ପାର୍ମାଗୁଡା, ଉପରଦ୍ୱାରଗୁଡି, ତଳ ଦ୍ୱାରଗୁଡି ତଣ୍ଡା, ଢମଣାପଙ୍ଗା, ବଣ୍ଡିଲି, କିଡିଗୁମାଳ, କରିଡା ସମେତ ୧୯ଖଣ୍ଡ ଗାଁର ହଜାର ହଜାର ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେମାନେ କହିଛନ୍ତି, କାଳିପଙ୍ଗା ଓ କେରାଣ୍ଡିଗୁଡା ମଧ୍ୟରେ ଥିବା ରେଳଧାରଣା ଦେଇ ସେମାନେ ପ୍ରତିଦିନ ଯାତାୟାତ କରୁଛନ୍ତି । ଏହି ରାସ୍ତା ହିଁ ସମସ୍ତଙ୍କ ପାଇଁ ଏକମାତ୍ର ଗମନାଗମନର ମାଧ୍ୟମ ସାଜିଛି । ଏଠାରୁ ବିଷମକକଟ ଯାଇ ଅନ୍ୟ ସ୍ଥାନକୁ ଯାଇହୁଏ । ଗତବର୍ଷ ଏହି ରାସ୍ତାକୁ ବିଭାଗ ତରଫରୁ ଅବରୋଧ କରିବାକୁ ଚେଷ୍ଟା କରାଯାଇଥିଲା । ରେଳଧାରଣା ଅପରପାଶ୍ୱର୍ରେ ଥିବା ଗାଁଗୁଡିକୁ ଜରୁରିକାଳୀନ ସେବା ପହଞ୍ଚି ପାରୁନି । ଅନେକ ସମୟରେ ରେଳଧାରଣା ଡେଇଁ ପାରିହେବା ବେଳେ ଦୁର୍ଘଟଣା ଆଶଙ୍କା ରହୁଛି । କାଲିପଙ୍ଗା-କେରାଣ୍ଡିଗୁଡା ମଧ୍ୟରେ ଏକ ଅଣ୍ଡରଗ୍ରାଉଣ୍ଡ ବ୍ରିଜ ନର୍ମାଣ ଦାବିରେ ରେଳରୋକ କରାଯାଇଥିଲା । ତହସିଲଦାର ଶୁଭେନ୍ଦ୍ୁ ଜେନା, ଏସଡିପିଓ ଓ ରେଳବାଇ କର୍ତ୍ତୃପକ୍ଷ ସେତେବେଳେ ଆନେ୍ଦାଲନରତ ଲୋକଙ୍କ ନିକଟରେ ପହଞ୍ଚି ଭୂତଳ ବ୍ରିଜ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପ୍ରତିଶ୍ରୁତିକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟପକ୍ଷେ ରେଳବିଭାଗ ତରଫରୁ ଏବେ ରାସ୍ତାବନ୍ଦ ପାଇଁ ଚେତାବନୀ ଦିଆଯାଇଛି । ଏସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ବିଧାୟକ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ତୁରନ୍ତ ଭୂଳତ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ କେରାଣ୍ଡିଗୁଡା ଅଞ୍ଚଳର ଲୋକନାଥ ନାଉରି, ରାଉତ ମିଣିଆକା, କାଚି ନିଶିକା, କୃଷ୍ଣ କୁଶଲିଆ, ଚକ୍ର ପ୍ରାସ୍କା, କାଟ୍ରା ନିଶିକା, ସୁରେନ୍ଦ୍ର ପ୍ରାସ୍କା, ଶ୍ରୀନାଥ ମିଣିଆକା, ସୁରେନ୍ଦ୍ର କୁଶୁଲିଆ, ବାବୁଲା ଉଦଳି, ଶ୍ୟାମ ମଣ୍ଡଳ, ଅଭି କୁଶୁଲିଆ, ମହେନ୍ଦ୍ର ପ୍ରମୁଖ ଦାବି କରିଛନ୍ତି । ଏସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାରକା ଜିଲ୍ଲା ପ୍ରଶାସନ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons