କଳାହାଣ୍ଡି : ରେଳ ଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକି ରହିଲା ଆମ୍ବୁଲାନ୍ସ ।ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲା ଗୁରୁତର ନାବାଳିକା ।କଳାହାଣ୍ଡି କେସିଙ୍ଗା ରେଳ ଲାଇନ୍ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ହେଲେ ଦାବି ପୂରଣ ହେଉନଥିବାରୁ ଜଣେ ୮ ବର୍ଷର ନାବାଳିକାର ଜୀବନ ଯାଇଛି ।
କଳାହାଣ୍ଡି କେସିଙ୍ଗା ସହର ପ୍ରବେଶ ପଥ ରେ ରହିଛି ରେଳବାଇ ଫାଟକ । ହସ୍ପିଟାଲରେ ଗୁରୁତର ନାବାଳିକାକୁ ପହଞ୍ଚାଇବାକୁ ଆମ୍ବୁଲାନ୍ସକୁ ବି ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି ।ଏପରି ୪୫ ମିନିଟ୍ ଫାଟକ ବନ୍ଦ ରହିବା ଯୋଗୁଁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ୮ ବର୍ଷର ଝିଅର ପ୍ରାଣ ବାୟୁ ଉଡ଼ିଯାଇଛି । ମୃତ ନାବାଳିକା ଜଣକ ହେଉଛନ୍ତି ବେଲଖଣ୍ଡି ଅଞ୍ଚଳର ରେଖା ବାଗ । ସାପ କାମୁଡ଼ିବାରୁ ଯୋଗୁଁ ଝିଅଟି ଗୁରୁତର ହୋଇପଡ଼ିଥିଲା । ବାପା ଖଗେଶ୍ବର ଝିଅର ଜୀବନ ବଞ୍ଚାଇବାକୁ ଆମ୍ବୁଲାନ୍ସରେ ଧରି ଆସୁଥିଲେ । ହେଲେ ରେଲୱେ ଫାଟକ ଏତେ ସମୟ ବନ୍ଦ ଯୋଗୁଁ ଚାଲିଗଲା ରେଖାର ଜୀବନଟ୍ଟ
କେସିଙ୍ଗା ସହର ମୁଖ୍ୟ ରାସ୍ତା ଉପର ରେଳ ଲାଇନ ଯୋଗୁଁ ପ୍ରତିଦିନ ପାଖାପାଖି ୧୬ ଘଣ୍ଟା ଫାଟକ ବନ୍ଦ ରହୁଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି । ପୂର୍ବରୁ ବି ଅନେକ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିନପାରି ଆଖି ବୁଜିଛନ୍ତି । ସମସ୍ୟା ପ୍ରତି ସମସ୍ତେ ଅବଗତ । ଓଭର ବ୍ରିଜ ପାଇଁ ୨୦୬ କୋଟି ଟଙ୍କାର ଅନୁଦାନ ଘୋଷଣାକୁ ବିତିଲାଣି ୨ ବର୍ଷ । ହେଲେ କାମ ଘର ଶୂନ ।
Comments are closed, but trackbacks and pingbacks are open.