ରେଳ ଟିକେଟ କଳାବଜାର, କେଫ୍ ମାଲିକ ଗିରଫ

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ୍): ବାଲିଆପାଳ ବ୍ଲକ ଛକରେ ଶିବା ଇଣ୍ଟରନେଟ କେଫ୍ କରିଥିବା ଜନୈକ ଯୁବକ ଗୁରୁପ୍ରକାଶ ଦାସ ଦୀର୍ଘ ଦିନ ଧରି ଟ୍ରେନ୍ ଟିକେଟ କଳା ବଜାରରେ ବିକ୍ରି କରିଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ଖଡ଼ଗପୁର ରେଳବାଇ ଏସଆଇ ପି ଏଫ କେ ସମାଦାର, ବାଲେଶ୍ୱର ଆର୍ପିଏଫ ଇନ୍ସପେକ୍ଟର ଜେଏନ ମହାପାତ୍ରଙ୍କ ନେତୃତ୍ୱରେ ଆଠଜଣିଆ ଟିମ୍ ଏହି ଇଣ୍ଟରନେଟ କେଫ୍ରେ ଚଢ଼ଉ କରିଥିଲେ । ଚଢ଼ଉରେ କିଛି ତତକାଳ ଟିକେଟ, ଗୋଟିଏ କମ୍ପୁ୍ୟଟର, ଗୋଟିଏ ପ୍ରିଣ୍ଟର, ଗୋଟିଏ ମୋବାଇଲ ଫୋନ ସହିତ ନଗତ ୭ ହଜାର ୮୫୦ଟଙ୍କା ଜବତ କରିଥିଲେ । ପରେ ଅଭିଯୁକ୍ତ ଯୁବକକୁ ବାଲିଆପାଳ ଥାନାକୁ ନେଇ ପଚରାଉଚୁରା କରିବା ପରେ ଗିରଫ କରି ବାଲେଶ୍ୱର ନେଇଯାଇଥିବା ଜଣାଯାଇଛି ।
ସୂଚନା ଯୋଗ୍ୟ ଯେ, ରେଳ ଷ୍ଟେସନ ସମେତ ବାହାରେ ଦଲାଲମାନେ ଏହିଭଳି ଟ୍ରେନ ଟିକେଟ କଳାବଜାରର ଏକ ର୍ୟାକେଟ ଚଳାଇଛନ୍ତି । ଏହାକୁ ଗୁରୁତ୍ୱ ଦେଇ ରେଳବାଇ କ୍ରାଇମବ୍ରାଞ୍ଚ ଜିଲ୍ଲାର ଅନେକ ସ୍ଥାନରେ ଏହି ଭଳି ଚଢ଼ଉ ଆରମ୍ଭ କରିଛି । ଆଜିର ଚଢ଼ଉକୁ ଦେଖି ବାଲିଆପାଳରେ ଟ୍ରେନ୍ ଟିକେଟ ବିକ୍ରି କରୁଥିବା ସମସ୍ତ ଇଣ୍ଟରନେଟ ଦୋକାନ, ମୋବାଇନ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons