ବ୍ରହ୍ମପୁର : ରେଳ ଧାରଣାରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ରେଳୱେ ଟ୍ରାକ୍ ଗୋଳନ୍ଥରା ରେଳ ଷ୍ଟେସନ ନିକଟରୁ ମୃତଦେହ ମିଳିଛି । ବ୍ରହ୍ମପୁର ଜିଆରପି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ମୃତକଙ୍କ ପ୍ୟାଣ୍ଟ ପକେଟ୍ ରୁ ମିଳିଛି କଟକ- ବ୍ରହ୍ମପୁର ରେଲୱେ ଟିକେଟ୍ । ଟିକେଟ୍ ସହ ମିଳିଛି ଏକ ଏଟିଏମ୍ କାର୍ଡ । ଏଟିଏମ୍ କାର୍ଡରେ ହରିହର ସାହୁ ଲେଖା ହୋଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.