ବ୍ରହ୍ମପୁର : ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ପୁରୁଷୋତ୍ତମପୁର ରାଜପୁର ଗାଁର ଦୀପକ କୁମାର କୋଠିଆ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଖୋଡାସିଙ୍ଗି ଏଲଆଇସି କାର୍ୟ୍ୟାଳୟ ପଛପାଖ ରେଳଧାରଣାରୁ ମିଳିଛି ଯୁବକଙ୍କ ମୃତଦେହ । ମୃତକ ଯୁବକ ହେଲେ ପୁରୁଷୋତ୍ତମପୁର ରାଜପୁର ଗାଁର ଦୀପକ କୁମାର କୋଠିଆ । ଦୀପକ ତାଙ୍କ ଅଜା ଘର ବଡଗୁମୁଳାରେ ରହି ପାଠ ପଢୁଥିଲେ । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
ରେଳ ଧାରଣାରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ତାଙ୍କୁ କେହି ହତ୍ୟା କରିଛି ନାଁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ତାଙ୍କୁ କେହି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Comments are closed, but trackbacks and pingbacks are open.