ରୋଜିଙ୍କୁ ଏକ ଲକ୍ଷ ଟଙ୍କା ଦେଲେ ଡିଏମକେ ସାଂସଦ

Get real time updates directly on you device, subscribe now.

ପିପିଲି,(ବି.ବି.ନୁ୍ୟଜ): ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଚାଇଁପୁର ପଞ୍ଚାୟତ ଗୋରଡ଼ାପିଢି ଗ୍ରାମର ଇଞ୍ଜିନିୟରିଂ ଛାତ୍ରୀ ରୋଜି ବେହେରା ନିଜର ସାଟିଫିକେଟ୍ କଲେଜରୁ ମୁକୁଳାଇବା ପାଇଁ ମନରେଗା କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଖବର ଆଞ୍ଚଳିକ ଏବଂ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାମିଲନାଡୁର ଡିଏମ୍କେ ସାଂସଦ ଡ. ଏସ୍ ସେନ୍ଥିଲ କୁମାର ଆଜି ରୋଜିଙ୍କ ଘରେ ପହଞ୍ଚି ଏକଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ଭବିଷ୍ୟତରେ ଉଚ୍ଚଶିକ୍ଷା ପାଇଁ ରୋଜିଙ୍କୁ ସେ ସମସ୍ତ ସହାୟତା ଦେବେ ବୋଲି ଡ. କୁମାର ପ୍ରତିଶ୍ରୁତି ଦେଇଛନ୍ତି ।
ଡ. କୁମାର ତାମିଲନାଡୁର ଧର୍ମପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ଅଛନ୍ତି । ସେ ଆଜି ଦିନ ୧୧ଟା ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଆର.ଜେ. ବାବୁଙ୍କ ସହିତ ଗୋରଡାପିଢି ଗ୍ରାମରେ ପହଞ୍ଚିଥିଲେ । ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ପ୍ରଦୁ୍ୟମ୍ନ ପରିଡ଼ାଙ୍କୁ ଖୋଜିଥିଲେ । ପରେ ଛାତ୍ରୀ ରୋଜି ସହିତ କଥା ହୋଇ ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସରପଞ୍ଚ ଶ୍ରୀ ପରିଡା ସାଂସଦଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।
ସାଂସଦ ସେନ୍ଥିଲ ଉପସ୍ଥିତ ଗ୍ରାମବାସୀ ଏବଂ ରୋଜିଙ୍କ ପରିବାରଙ୍କୁ ଭେଟି କହିଥିଲେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଉଚ୍ଚଶିକ୍ଷା ନିମନ୍ତେ ସଂଘର୍ଷ କରିବା ଏବଂ ମନରେଗା କାର୍ଯ୍ୟ କରୁଥିବାର ଜାତୀୟ ଗଣମାଧ୍ୟମରୁ ଜାଣିବା ପରେ ତାଙ୍କୁ ସହାୟତା କରିବାକୁ ଆସିଛି । ଗ୍ରାମଞ୍ଚଳରେ ଏଭଳି ଗରିବ ଦଳିତ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବାକୁ ଆମ୍ଭମାନଙ୍କ ଭଳି ରାଜନେତାମାନଙ୍କର ରାଜନୈତିକ ଇଚ୍ଛାଶକ୍ତି ରହିବା ଦରକାର । ପରେ ସେ ସରପଞ୍ଚ ଶ୍ରୀ ପରିଡ଼ାଙ୍କ ସହିତ ସମ୍ବନ୍ଧ ଯୋଡିବା ସହିତ ତାଙ୍କ ପରିବାର ସମ୍ପର୍କରେ ପଚାରି ବୁଝିଥିଲେ । ସରପଞ୍ଚଙ୍କ ପୁଅ ତାମିଲନାଡୁର ରୟାଲ ଏନଫିଲ୍ଡ କମ୍ପାନୀରେ କାର୍ଯ୍ୟ କରୁଥିବାର ଜାଣିବା ପରେ ତାଙ୍କ ସହିତ ତାମିଲ ଭାଷାରେ କଥା ହୋଇଥିଲେ । ଏହାପରେ ଡ. କୁମାର ସମସ୍ତଙ୍କୁ ଧନ୍ୟବାଦ ଦେଇ ଫେରିଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons