ରୋହିତ-କୋହଲି ବିବାଦ: ଅସ୍ୱୀକାର କଲେ କୋହଲି

Get real time updates directly on you device, subscribe now.

ମୁମ୍ବାଇ : ବିଶ୍ୱକପ୍ ବିଫଳତା ପରେ ବେଶ୍ କିଛି ଦିନ ଧରି ଚାଲିଛି ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା । ସୋସିଆଲ ମିଡିଆ, ବିଭିନ୍ନ ଗଣମାଧ୍ୟରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗିଥିବା କୁହାଯାଇଛି । ଟିମ୍ ଇଣ୍ଡିଆ ଏବେ ଦୁଇ ଭାଗରେ । କିଛି ରୋହିତଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି କୋହଲିକୁ ସମର୍ଥନ କରୁଛି । ଏଭଳି ବହୁ କଥା ପ୍ରତିଦିନ ଗଣମାଧ୍ୟପରେ ପ୍ରକାଶ ପାଉଛି । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ବିରାଟ କୋହଲି । ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଯୋଗ ଦେଇ କୋହଲି ଏ ବିଷୟ ପ୍ରକାଶ କରିଛନ୍ତି ।
ସେ କହିଥିଲେ, ଆମ ଭିତରେ ବିବାଦକୁ ନେଇ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ ଆଦୌ ସତ୍ୟତା ନାହିଁ । ବାରମ୍ବାର ଏଭଳି ଖବର ପ୍ରକାଶିତ କରି କାହାକୁ କି ଲାଭ ମିଳୁଛି ତାହା ମୁଁ ଜାଣି ପାରୁ ନାହିଁ । ରୋହିତ ମୋର ଜଣେ ଭଲ ବନ୍ଧୁ । ତାଙ୍କ ସହ ମୋର କାହିଁକି ବା ବିବାଦ ଲାଗିବ । ଟିମ୍ ଇଣ୍ଡିଆରେ ଧୋନିଙ୍କ ଭଳି ବରିଷ୍ଠ ଖେଳାଳି ଓ ବହୁ ଜୁନିୟର ଖେଳାଳି ରହିଛନ୍ତି । ଆମ ଭିତରେ କିଭଳି ସଂପର୍କ ତାହା ଆପଣମାନେ ଦେଖିଲେ ଜାଣି ପାରିବେ । କିନ୍ତୁ ତାହା ଆମେ କ’ଣ ଭିଡିଓ ରେକଡିଂ କରି ଦେଖାଇବୁ । ଭାରତୀୟ କ୍ରିକେଟ୍କୁ ଶୀର୍ଷରେ ପହଞ୍ଚାଇବା ନେଇ ଆମେ (ରୋହିତ ଓ ମୁଁ) କାର୍ଯ୍ୟ କରୁଛୁ । ଯେତେବେଳେ ବି ମୋତେ ସୁଯୋଗ ମିଳିଛି ରୋହିତଙ୍କୁ ପ୍ରଶଂସା କରିବାକୁ ପଛାଇ ନାହିଁ । କିନ୍ତୁ ମନ ଗଢ଼ା କଥା ଲେଖି ଆମ ଭିତରେ ବିବାଦ କଥା ଉଠାଇ ଚର୍ଚ୍ଚାକୁ ସରଗରମ କରିବା କେତେ ଯୁକ୍ତିଯୁକ୍ତ ତାହା ବୁଝି ପାରୁ ନାହିଁ ।’
ବିଶ୍ୱକପ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାଜିତ ହୋଇ ଟିମ୍ ଇଣ୍ଡିଆ ବିଦାୟ ନେଇଥିଲା । ଯାହାକୁ ଭାରତୀୟ ପ୍ରଶଂସକ ସହଜରେ ଗ୍ରହଣ କରି ପାରି ନଥିଲେ । ଗଣମାଧ୍ୟମରେ ଏ ବିଷୟକୁ ନେଇ ବିଭିନ୍ନ କଥା ଆଲୋଚନା ହୋଇଥିଲା । ଟିମ୍ ଇଣ୍ଡିଆର ଡ୍ରେସିଂ ରୁମର କିଛି ମନଗଢ଼ା ରୋଚକ କଥାକୁ ନେଇ ବେଶ କିଛି ଦିନ ଆଲୋଚନା ଚାଲିଲା । ଏ ପର୍ଯ୍ୟନ୍ତ କୋହଲି କୌଣସି ମତାମତ ଗଣମାଧ୍ୟମକୁ ଦେଇ ନଥିଲେ । ଆଜି ସେ ସଂପୂର୍ଣ୍ଣ ବିଷୟ ଖୋଲି ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons