ଲକଡାଉନ୍‌ରେ ବଢ଼ୁଛି ନିଶା କାରବାର: ଚେକିଂ ବେଳେ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ କଲା ଭଦ୍ରକ ପୋଲିସ୍

Get real time updates directly on you device, subscribe now.

ଭଦ୍ରକ: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା। ଲକଡାଉନ୍‌ ଚେକିଂ ବେଳେ ଜବତ ହେଲା ବ୍ରାଉନ ସୁଗାର । ଭୟରେ ଗାଡି ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ବାଇକ୍‌ଟିକୁ ପୋଲିସ୍‌ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୩୨ ଲକ୍ଷରୁ ଅଧିକ ହେବ । ସୂଚନା ଅନୁଯାୟୀ ଭଦ୍ରକ ଟାଉନ ପୋଲିସ ଲକଡାଉନ୍ ବେଳେ ସହର ମଧ୍ୟକୁ କଟକଣା ନମାନି ଆସୁଥିବା ବାଇକ ଚେକିଂ କରିବା ସହ ସିଜ କରୁଥିଲା। ବନ୍ତଛକ ନିକଟରେ ଚେକିଂ ଚାଲିଥିବା ସମୟରେ ଜନୈକ ଯୁବକ ପୋଲିସକୁ ଦେଖି ଗାଡି ବୁଲାଇ ଖସି ଯାଇଥିଲା।ପୋଲିସ ବାଇକକୁ ଚେକିଂ କରିବାବେଳେ ଗାଡିରୁ ବ୍ରାଉନସୁଗାର ଭର୍ତ୍ତି ଜରି ମିଳିଥିଲା। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୩୨ ଲକ୍ଷରୁ ଅଧିକ ହେବ ବୋଲି ଭଦ୍ରକ ଏସପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି ।
ଲକଡାଉନ୍ ବେଳେ ମଦ ଦୋକାନ ଗୁଡିକ ବନ୍ଦ ଥିବା ବେଳେ ବାରମ୍ବାର ଚୋରା ମଦ ଜବତ କରିଛି । ଏହାର ସୁଯୋଗ ନେଇ ଚୋରା ନିଶା ବେପାରୀ ମାନେ ସକ୍ରିୟ ହେଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons