ଲକଡାଉନ ମଧ୍ୟରେ ବଢିଲା ସୁନା ଓ ରୁପା ଦାମ, ଜାଣନ୍ତୁ କଣ ରହିଛି ନୂଆ ଦର

Get real time updates directly on you device, subscribe now.

ନୂଆଦିଲ୍ଲୀ: ସାରା ଦେଶକୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଲକଡାଉନ ହଟିବା ପରେ ବଜାରରେ କାରବାର ବୃଦ୍ଧି ପାଇବ । ଏହା ମଧ୍ୟରେ ଆସନ୍ତା ୨୬ ତାରିଖରେ ଅକ୍ଷୟ ତୃତୀୟ ପଡୁଛି । ତେବେ ସୁନାର ଦାମ ରବିବାର ସୁଦ୍ଧା ୧୦ ଗ୍ରାମ ପିଛା ୪୫ ହଜାର ଟଙ୍କା ହୋଇପାରେ ।
ଶୁକ୍ରବାର ସୁନାର ଦାମ ୪୪୮ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୩,୬୮୮ରେ ପହଁଚିଥିଲା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ସୁନାର ଦାମ ୪୪୮ ଟଙ୍କା ବୃଦ୍ଧି ପାଇଛି ।
ସେହିପରି ସୁନାର ଅଗଷ୍ଟରେ ଭବିଷ୍ୟତ ଦାମ ୪୬୦ ଟଙ୍କା ବୃଦ୍ଧି ପାଇ ୪୩,୪୮୦ରେ ପହଁଚିଛି । ତେବେ ବୈଶ୍ୱିକ ସ୍ତରର ସୁନାର ଦାମ ଆଉନ୍ସ ପିଛା ୩.୫୦ ପ୍ରତିଶତ ହ୍ରାସ ପାଇ ୧,୬୩୪. ୨୦ ଡଲାରରେ ପହଁଚିଯାଇଛି ।
ନୂଆ ଆର୍ଥିକ ବର୍ଷ ବା ଏପ୍ରିଲ ୧ରେ ସୁନାର ଦାମ ୩୦୧ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୩୪୭୪ ଟଙ୍କାରେ ପହଁଚିଥିଲା । ରୁପା ଦାମ ମଧ୍ୟ କେଜି ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଶୁକ୍ରବାର ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନର ଓ୍ୱେବସାଇଟ ଅନୁସାରେ ୯୯୯ ସୁଦ୍ଧତା ବିଶିଷ୍ଟ ସୁନା ୨୦୧ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୪୩୬୭୫ରେ ପହଁଚିଛି । ସେହିପରି ରୁପାର ଦାମ ମଧ୍ୟ କେଜି ପିଛା ୧୦୬୦ ଟଙ୍କା ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons