ଭୁବନେଶ୍ୱର,(ବି.ବି.ବୁରୋ): କରୋନା ସଂକ୍ରମଣ ରୋକିବା ନିମନ୍ତେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ ରାଜ୍ୟ ସରକାର ସୋମବାର ବିଧିବଦ୍ଧ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଲକ୍ଡାଉନ୍ -୪ରେ ଜିଲ୍ଲା ଅବା ପୌରାଞ୍ଚଳ ପରିବର୍ତ୍ତେ ପଞ୍ଚାୟତକୁ ଜୋନ୍ ଭାବେ ଜିଲ୍ଲାପାଳ ଓ ମୁ୍ୟନିସିପାଲଟି କମିଶନର ନିର୍ଦ୍ଧାରଣ କରିପାରିବେ । ରାଜ୍ୟବ୍ୟାପୀ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କଫୁ୍ୟ ଜାରି ରହିବ ଓ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାରର ଚଳପ୍ରଚଳ ଓ ଯାତାୟତ ବନ୍ଦ ରହିବ । ମେ ‘୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍-୪ ବଳବତ୍ତର ରହିବ । ତେବେ ଚଳିତ ଥର ଅଧିକାଂଶ କଟକଣାକୁ କୋହଳ କରାଯାଇଛି । ସୋମବାର ରାଜ୍ୟ ସ୍ୱତନ୍ତ୍ରର ରିଲିଫ କମିଶନର(ଏସ୍ଆରସି)ଙ୍କ ପକ୍ଷରୁ ଲକ୍ଡାଉନ୍-୪ ପାଇଁ ଆବଶ୍ୟକ ନିଦେ୍ର୍ଧଶନାମା ଜାରି ହୋଇଛି । ଏହି ନିଦେ୍ର୍ଧଶନାମା ଅନୁସାରେ ମାସ୍କ , ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ ଶ୍ରେଣୀରେ ରଖାଯାଇଛି । ଓ ସାର୍ବଜନୀନ ସ୍ଥାନରେ ଛେପ ପକାଇଲେ ଜୋରିମାନା ଆଦାୟ କରାଯିବ । ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ । କେବଳ ଏୟାର ଆମ୍ବୁଲାନ୍ସ ପାଇଁ ଅନୁମତି ଦିଆଯାଇଛି । ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ କିନ୍ତୁ ଅନଲାଇନ୍ ଶିକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ । ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲା ରହିବ । କିନ୍ତୁ କେବଳ ହେମା୍ ଡେଲିଭରିର ଅନୁମତି ମିଳିବ । ସିନେମା ହଲ୍, ସପବିଂ ମଲ, ଅଡିଟୋରିୟମ ବନ୍ଦ ରହିବ । ସ୍ପୋଟରସ କମ୍ପେଲକ୍ସ , ଷ୍ଟାଡିୟମ ଖୋଲା ରହିବ । କ୍ରୀଡାବିତମାନେ ସେଠାରେ ପ୍ରାକ୍ଟିସ କିରପାରିବେ । କୌଣସି ମ୍ୟାଚ୍ ଖେଳା ଯାଇପାରିବ ନାହିଁ । ସମସ୍ତ ପ୍ରକାର ସଭା, ଧାର୍ମିକ କାର୍ଯ୍ୟକ୍ରମ ଓ ର୍ୟାଲି ଉପରେ କଟକଣା ଜାରି ହୋଇଛି । ତେବେ ଧାର୍ମିକ ଅନୁÂାନରେ ପୂଜାପାଠ ଜାରି ରହିବ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରହିବ । ଏସବୁ ବ୍ୟତୀତ ଅନ୍ୟ ସମସ୍ତ ସେବା ଉପଲବ୍ଧ ହେବ । ରାଜ୍ୟରେ ସମସ୍ତ ପ୍ରକାରର ଯାନବାହନ ଚଳାଚଳ କରିପାରିବ । ଦୁଇଚକିଆ ଯାନ, ପ୍ରାଇଭେଟ କାର, କ୍ୟାବ୍ ସର୍ଭିସ ଓ ସମସ୍ତ ପ୍ରକାରର ଗାଡ଼ି ଯାତାୟତ ନିମନ୍ତେ ଅନୁମତି ଦିଆଯାଇଛି । ସେହିପରି ଜିଲ୍ଲାପାଳ ଓ ମୁ୍ୟନିସିପାଲଟି କମିଶନରଙ୍କୁ ଲୋକାଲ୍ ଅଥରିଟିର କ୍ଷମତା ନ୍ୟସ୍ତ ହୋଇଛି । ରେଡ୍, ଅରେଞ୍ଜ, ଗ୍ରୀନ୍ ଓ କଣ୍ଟେନମେଣ୍ଟ ଓ ବଫର ଜୋନକୁ ସେମାନେ ଗାଇଡଲାଇନ୍ ଅନୁସାରେ ନିର୍ଦ୍ଧାରଣ କରିପାରିବେ । କଣ୍ଟେନମେଣ୍ଟ ଜୋନ୍ରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଅନୁମତି ମିଳିବ ନାହିଁ । କ୍ୱାରେଣ୍ଟଟାଇନ୍ ସେଣ୍ଟରଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବିବେଚନା କରାଯିବ । କୋଭିଡ ସେଣ୍ଟନର ଓ ଗୋଭିଡ୍ ହସ୍ପିଟାଲ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ରେ ଆସିବ ।
Comments are closed, but trackbacks and pingbacks are open.