ଲକ୍ଡାଉନ୍ ପ୍ରହସନ, ବିଗୁଡୁଛି ସ୍ଥିତି

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ବେକାବୁ ହେବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୪ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ । ହେଲେ ଏହି ଲକ୍ଡାଉନ୍ ଏବେ ପ୍ରହସନରେ ପରିଣତ ହୋଇଥିବା ବେଳେ ନା ଲୋକେ ପିନ୍ଧୁଛନ୍ତି ମାସ୍କ ନା ରଖୁଛନ୍ତି ସାମାଜିକ ଦୂରତ୍ୱ । ଫଳରେ ରାଉରକେଲାରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି ।
ସୁନ୍ଦରଗଡ଼ ଜିଲ୍ଲାରେ ଏପ୍ରିଲ ମାସ ୧୨ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହା ପରେ ଧୀରେ ଧୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସେକ୍ଟର ଅଞ୍ଚଳକୁ କରୋନା କବଳିତ କରିଥିବା ବେଳେ ପ୍ରତ୍ୟେକ ଦିନ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୧୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତୁ୍ୟ ଘଟିଲାଣି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟ ସରକାର ଗତ ୧୭ ତାରିଖରୁ ୧୪ ଦିନ ଲକ୍ଡାଉନ୍ ଘୋଷଣା କରିଥିଲେ । ଲକ୍ଡାଉନ୍ର ଉଦେ୍ଧଶ୍ୟ ଥିଲା ଲୋକଙ୍କୁ ସଚେତନ କରିବା, ଜରୁରି ନଥିଲେ ଘରୁ ନବାହାରିବା ଲାଗି ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଲକ୍ଡାଉନ୍ ସମୟରେ କେବଳ ରାସନ ଦୋକାନ, ଔଷଧ ଦୋକାନ ଓ ଦୁଗ୍ଧ ଦୋକାନ ଖୋଲା ରହିବ । ଏଥି ପାଇଁ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା । ମାତ୍ର ସବୁ ପ୍ରହସନରେ ପରିଣତ ହୋଇଛି । ଛକ ଛକରେ ଜଗୁଛି ପୁଲିସ୍ । ଜରୁରି ନଥିଲେ ଘରୁ ପଦାକୁ ନବାହାରିବା ଲାଗି ଲୋକଙ୍କୁ ସଚେତନ କରାଉଛି । ହେଲେ ଅମାନିଆଙ୍କୁ ପାରିଲା ନାହିଁ । ଛେଣ୍ଡ ହାଟ ହେଉ ବା ସେକ୍ଟର-୧୯ର ଇସ୍ପାତ ହାଟ ହେଉ କେଉଁଠି ରହୁନାହିଁ ସାମାଜିକ ଦୂରତ୍ୱ । କୋଭିଡ୍ ନିୟମର ଖୋଲାଖୋଲା ଉଲ୍ଲଂଘନ ହେଉଛି । ଆକଟ କରିବାକୁ ମଧ୍ୟ ପ୍ରଶାସନିକ ଅଧିକାରୀ ପଦକ୍ଷେପ ନେଲେ ନାହିଁ । ହାଟକୁ ଆସୁଥିବା ଲୋକଙ୍କ ମଧ୍ୟରୁ କିଏ ଏହି ରୋଗରେ ଆକ୍ରାନ୍ତ କି ନୁହନ୍ତି ତାହା ଜାଣିବା କାଠିକର ପାଠ । ଏଭଳି ସ୍ଥିତିରେ କରୋନା ଯେ ନବ୍ୟାପିବ ତାହା କିଏ କହିବ । ରାସ୍ତାରେ ବାଇକ୍ ହେଉ ବା କାରରେ ଯାଉଥିବା ଲୋକେ ମାସ୍କ ପିନ୍ଧୁ ନାହାନ୍ତି । ହାଟରେ ଏଭଳି ଭିଡ଼ ଏପରି ଜମିଲା ଯେ ଲୋକେ ଠେଲାପେଲା କରି ପନିପରିବା କିଣୁଛନ୍ତି । ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବାର ଦେଖିବାକୁ ମିଳୁଛି । ସବୁ ଦେଖି ମଧ୍ୟ ପ୍ରଶାସନ ଚୁପ୍ । ଅମାନିଆଙ୍କୁ ବା କିଏ ବୁଝାଇବ । ଯାହାର ଫଳ ସ୍ୱରୂପ ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ଜିଲ୍ଲାରେ ୧୧୫୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଉରକେଲାର । ତଥାପି ଲୋକେ ସଚେତନ ହେଉନାହାନ୍ତି । ପୁଲିସ୍ କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଛି । ଫଳରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି । ଲକ୍ଡାଉନ୍ ହେଉବା ସଟ୍ଡାଉନ୍ ଏହାର କୌଣସି ପ୍ରଭାବ ରାଉରକେଲାବାସୀଙ୍କ ଉପରେ ପଡ଼ୁନଥିବା ପରିଲକ୍ଷିତ ହେଉଛି । ଏଣୁ ପ୍ରଶାସନ ଅଧିକ କଠୋର ହୋଇ ଏବେ ଠାରୁ ଆବଶ୍ୟକ ପଦକ୍ଷେପ ନନେଲେ ଆଗକୁ ସ୍ଥିତି ସଙ୍ଗୀନ ହେବ ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons