
ମାଲକାନଗିରି,(ବି.ବି.ନୁ୍ୟଜ): ମାଲକାନଗିରି ବନାଞ୍ଚଳ କମାଲିଗୁଡା ଗାଁ ପୋଟେରୁ ନଦୀ ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ । ଆଜି ସକାଳେ ବନାଞ୍ଚଳ ଅଧିକାରୀ ଶ୍ରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ଚଢ଼ଉ କରି ୧୧ଟି ଶାଗୁଆନ ଗଣ୍ଡି, ୬ଟି ପିଆଶାଳ ଗଣ୍ଡି ଜବତ କରିଥିଲେ । ଜବତ କାଠର ଆନୁମାନିକ ମୂଲ୍ୟ ଅଢେ଼ଇ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଘଟମାରେ କାହାରିକୁ ଗିରଫ କରାଯାଇ ନଥିବା ବେଳେ ବନ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଚଢ଼ଉରେ ପାଣ୍ଡି୍ରପାଣି ବନପାଳ ମୋହନ ଗୁଡିଆ, ଏମ୍ଭି-୧୭ ବନପାଳ ଦିବାକର ଜେନା, କୋରକୁଣ୍ଡା ବନପାଳ ରାଜେଶ ସେଠୀଙ୍କ ସମେତ ବନରକ୍ଷା ଓ କୁରକ୍ଷା ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିଲେ ।
Comments are closed, but trackbacks and pingbacks are open.