ଲକ୍ଷାଧିକ ଟଙ୍କାର ବାଣ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଫେରାର

Get real time updates directly on you device, subscribe now.

ସାନଖେମୁଣ୍ଡି : ରାଜ୍ୟ ସରକାର ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରଖି ୩୦ ଡିସେମ୍ବର ପର୍ୟ୍ୟନ୍ତ ବାଣ ବିକ୍ରି ଓ ବାଣ ଫୁଟାଇବା ବିରୋଧରେ କଡା ନିୟମ କରିବା ପରେ ମଧ୍ୟ କେତେକ ସ୍ଥାନରେ ଲୁଚାଛପାରେ ବାଣ କାରବାର ଦେଖିବାକୁ ମିଳୁଛି । ତେଣୁ ଗଞ୍ଜାମ ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଧରାକୋଟ ପୋଲିସ ଏକ ବାଣ ବୋଝେଇ ଟ୍ରକ ଜବତ କରିଛି ।
ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଧରାକୋଟ ଆଇଆଇସି ସହଦେବ ମହାପାତ୍ର ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗୋଟିଏ ଗୋଟିଏ ବକ୍ସର ମୂଲ୍ୟ ପ୍ରାୟ ଏକ ଲକ୍ଷ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଏହି ବାଣ ବୋଝେଇ ଟ୍ରକଟି ଧରାକୋଟ ବ୍ଲକ ମୁଣ୍ଡମରାଇ ନିକଟରେ ଥିବା କଲେଜ ନିକଟରେ ଏକ ପାହାଡ଼ ପାଖରେ ଥିବା ସମୟରେ ଆସିକା ଏସଡିପିଓଙ୍କ ନେତୃତ୍ବରେ ଧରାକୋଟ ପୋଲିସ ଜବତ କରିଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ଡ୍ରାଇଭରକୁ ଧରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଧରାକୋଟ ଆଇଆଇସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons