ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ, ଆସବାବପତ୍ର ଜବତ

Get real time updates directly on you device, subscribe now.

ଓଡ଼ଗାଁ, (ବି.ବି.ନୁ୍ୟଜ୍): ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଓଡ଼ଗାଁଆଦର୍ଶ ଥାନାର ଭାରପ୍ରାପ୍ତ ନୀରିକ୍ଷକ ବଂଶୀଧର ବିଶ୍ୱାଳଙ୍କର ବାସଭବନ ଉପରେ ଜିଲ୍ଲା ପୋଲିସ ଓ ବନବିଭାଗର ମିଳିତ ଟିମ୍ ଚଢ଼ଉ କରିଥିଲା । ସେଠାରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ନୂତନ ଭାବେ ନିର୍ମିତ ଆସବାବପତ୍ର ସହ ନିର୍ମାଣରେ ବ୍ୟବହୃତ ଉପକରଣ, ଯନ୍ତ୍ରାଂଶ ଜବତ କରାଯାଇଛି । ଥାନା ପରିସରରେ ଥିବା ସରକାରୀ ବାସଭବନରେ ଚଢ଼ଉ କରାଯାଇଥିଲା । ଏହି ଖବର ଜଣାପଡିବା ପରେ ସେଠାରୋ ଲୋକେ ରୁଣ୍ଡ ହୋଇଥିଲେ । ଶ୍ରୀ ବିଶ୍ୱାଳ ଥାନାରେ ସବ୍ଇନ୍ସପେକ୍ଟର ଭାବେ ଯୋଗଦେବା ପରଠାରୁ ସେଠାରେ ସପରିବାର ରହିଆସୁଛନ୍ତି । ଗତ ଜାନୁଆରୀ ୬ ତାରିଖରୁ ଥାନାଧିକାରୀଣୀଙ୍କର ଜିଲ୍ଲା ହେଡକ୍ୱାର୍ଟସକୁ ବଦଳି ପରଠାରୁ ସେ ଭାରପ୍ରାପ୍ତ ନୀରିକ୍ଷକ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଦୀର୍ଘ ଦିନ ଧରି ଶ୍ରୀ ବିଶ୍ୱାଳ ନିଜ ବାସଭବନ ପିରସରରେ ବେଆଇନ ଭାବେ କାଠ ଆଣି ସେଥିରୁ ଆସବାବପତ୍ର ତିଆରି କରୁଥିଲେ । କ୍ଷମତାର ଦୁରୁପଯୋଗ କରି ଏସବୁ କାର୍ଯ୍ୟ କରୁଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ମିଳିଥିଲା ।

ଶୁକ୍ରବାର ଶରଣକୂଳ ଏସ୍ଡିପିଓ ନୟାଗଡ଼ ମାଜିଷ୍ଟେ୍ରଡ ୮ମ ବାଟାଲିୟନର ଏକ ସେକ୍ସନ ଫୋର୍ସ ଶରଣକୂଳ ଥାନାର କର୍ମଚାରୀ, ଓଡ଼ଗାଁ ବନବିଭାଗର କର୍ମଚାରୀ ବନାଞ୍ଚଳ ଅଧିକାରୀ ପ୍ରମୁଖ ମିଳିତ ଭାବେ ଚଢ଼ଉ କରିଥିଲେ । ତେବେ ଚଢ଼ଉ ସମୟରେ ଥାନାର ମୁଖ୍ୟ ଫାଟକକୁ ଭିତରପଟୁ ବନ୍ଦ କରାଯାଇଥିଲା । ଏପରିକି ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ବି ଥାନା ପରିସର ଓ ଘଟଣାସ୍ଥଳକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା । ମୁଖ୍ୟ ଫାଟକ ଓ ପାଚେରି ନିକଟରେ ଥାଇ ସମସ୍ତ ଗଣମାଧ୍ୟମ ଭିଜୁଆଲ, ଫଟୋ ଓ ଭିଡିଓ ରେକଡିଂ କରିଥିଲେ । ଶତାଧିକ ଲୋକ ଥାନା ସମ୍ମୁଖରେ ରୁଣ୍ଡ ହୋଇ ଏହି ଦୃଶ୍ୟକୁ ଦେଖୁଥିଲେ । ତେବେ ଏହି ଚଢ଼ଉ ୩ ଘଣ୍ଟା ଧରି ଚାଲିଥିବା ବେଳେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେବାରେ ପୋଲିସ ଅନିଚ୍ଛା ପ୍ରକାଶ କରିଥିଲା । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅନୁମତି ପରେ ତଥ୍ୟ ଦିଆଯିବ ବୋଲି କହିଥିଲେ । ଏବେ କିଛି ଦିଆଯାଇ ପାରିବନି ବୋଲି ଶରଣକୂଳ ଏସ୍ଡିପିଓ ଏସ୍. ଟପ୍ପୋ କହିଥିଲେ । ଦୀର୍ଘ ଦିନ ଧରି ଜିଲ୍ଲାରେ ପୋଲିସ ଓ ବନ ବିଭାଗ ମଧ୍ୟରେ ବୁଝାମଣାରେ ଏପରି ଚାଲୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ତେବେ ଶୁକ୍ରବାରର ଘଟଣା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କର କାର୍ଯ୍ୟଦକ୍ଷତା ପ୍ରତି ଆଙ୍ଗୁଳି ନିଦେ୍ର୍ଧଶ କରୁଛି । ଏହି ଥାନାର ପଡୋଶୀ କାର୍ଯ୍ୟାଳୟ ହେଉଛି ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ । ଦୀର୍ଘ ୬ମାସ ଧରି ଏଠାରେ ବେଆଇନ୍ ଭାବେ ଫର୍ଣ୍ଣିଚର ନିର୍ମାଣ କାର୍ଯ୍ୟ ଜାରି ରହୁଥିବା ଶୁଣିବାକୁ ମିଳୁଛି, ଏଠାରୁ ଦୁଇ ଦୁଇ ଥର କାଠ ସାମଗ୍ରୀ ଚତୁରତାର ସହିତ ବାହାରକୁ ଚାଲାଣ କରାଯାଇଥିବା କୁହାଯାଉଥିଲା । ତେବେ ଏ ସମ୍ପର୍କରେ ବନବିଭାଗ କିପରି ସୂଚନା ପାଇପାରି ନଥିଲା ସେ ନେଇ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ବି ଅଙ୍ଗୁଳି ନିଦେ୍ର୍ଧଶ କରିଛି । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons