ଲଗାଣବର୍ଷାରେ ୨ଘର ଭାଙ୍ଗିଲା

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ୍): ନନ୍ଦପୁର ବ୍ଲକରେ ଗତକିଛି ଦିନ ହେଲା ଲଗାଣବର୍ଷା ଜାରି ରହିଛି । ବର୍ଷା ଯୋଗୁ ପାନ୍ତଲୁଙ୍ଗ ପତ୍ତାୟତ ଚମ୍ପାପୁଟ ଗାଁର ସାଇ ଗାମ୍ପ୍ରାଇଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି ନନ୍ଦପୁର ସହରର କୁମ୍ଭାରସାହିର ବଳରାମ ଆର୍ଲିଆଙ୍କ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି । ଫଳରେ ଏହି ଦୁଇ ପରିବାର ଲୋକ ନାହିଁ ନଥିବା ଅସୁବଧାର ସମ୍ମୁଖୀନ ହେଉଛନ୍ତି । ଉଭୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦୋବାକୁ ଅତ୍ତଳବାସୀ ଦାବି କରିଛନ୍ତି । ଏଥିସହ ବ୍ଲକର ବିଭିନ୍ନ ଚାଷଜମିରେ ପାଣି ଜମି ରହିଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons