ଓଲିଉଡରେ ଲଭ୍ଷ୍ଟୋରୀର ସିକ୍ୱେଲ୍ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ସ । ଦୁଇବର୍ଷ ତଳର କାହାଣୀକୁ ପୁଣି ଥରେ ପରଦାକୁ ଫେରାଇ ଆଣିଛି । ସ୍ୱରାଜ-ଭୂମିକାଙ୍କ ‘ତୁ ମୋ ଲଭ୍ଷ୍ଟୋରୀ’ର ପାର୍ଟ ଟୁ ଅର୍ଥାତ ‘ତୁ ମୋ ଲଭ୍ଷ୍ଟୋରୀ-୨’ ଏବେ ରିଲିଜ୍ ଅପେକ୍ଷାରେ । କୁହୁ ସିନେ ଫ୍ଲିକ୍ସ ବ୍ୟାନରରେ ନିର୍ମିତ ଏ ସିନେମାଟି ସଙ୍ଗୀତଭିତ୍ତିକ ପ୍ରେମ କାହାଣୀ ଉପରେ ଆଧାରିତ । ଯାହାର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ତାପସ ସରଘରିଆ । ସିନେମାକୁ ଅଧିକ ମଧୁର କରିବାକୁ ଭରସା କରିଛନ୍ତି ମିଠା ମେଲୋଡି କରିବାରେ ଓସ୍ତାଦ ପ୍ରେମ୍ ଆନନ୍ଦଙ୍କ ଉପରେ । ବସନ୍ତରାଜ ସାମଲଙ୍କ ୬ଟି ଗୀତକୁ ନେଇ ରଜରେ ଛକା ମାରିବାକୁ ଅପେକ୍ଷା କରିଛନ୍ତି । ଟାଇଟଲ୍ ଗୀତ ସହ ‘ତୋ ଧଡକନ୍ର ଧୂନ୍’, ‘ପବନଟା ପର୍ଫ୍ୟୁମ୍’, ‘ଏ ବର୍ଷ ହୋଲି’, ‘ମେହେନ୍ଦି କରିଛି ତତେ’, ‘ଟିକେ ଟିକେ ଫ୍ରେଣ୍ଡ୍ସିପ୍’କୁ ଗାଇଛନ୍ତି ହ୍ୟୁମାନ ସାଗର, ଅନନ୍ୟା, ଆଶୁତୋଷ ମହାନ୍ତି, ଦୀପ୍ତି, ଲୋପାମୁଦ୍ରା, ସବିଶେଷ ପ୍ରମୁଖ କଣ୍ଠଶିଳ୍ପୀ । ନୃତ୍ୟ ସଂଯୋଜନା ଗିରିଶ ମହାନ୍ତି କରିଥିବାବେଳେ କ୍ୟାମେରାରେ ରବୀନ୍ଦ୍ର ବେହେରା, ସମ୍ପାଦନାରେ ରାଜେଶ ଦାଶ ସହଯୋଗ କରିଛନ୍ତି । କାହାଣୀ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ ଓ ଅନ୍ତର୍ଯ୍ୟାମୀ ସରଘରିଆ । ସିନେମାରେ ସ୍ୱରାଜ-ଭୂମିକାଙ୍କ ସହିତ ରହିଛନ୍ତି ସିଦ୍ଧାନ୍ତ, ଅନୁ, ଚୌଧୁରୀ ବିକାଶ ଦାସ, ପାର୍ଥ ଓ ଶୁଭାଶିଷ । ତେଣୁ ଲଭ୍ ଟିମ୍ ଭରପୁର ମନୋରଞ୍ଜନ ଦେବେ ବୋଲି ଆଶା ରହିଛି ।
Comments are closed, but trackbacks and pingbacks are open.