ଆକ୍ସନ୍ଷ୍ଟାର୍ ଅଜାତଶତ୍ରୁ ସୋହମ ସିଂହ ଏବେ ଶୟନେ, ସପନେ ଜାଗରଣେ ଖାଲି ପ୍ରିୟା.. ପ୍ରିୟା କହି ବାଉଳି ହେଉଛନ୍ତି । ତାଙ୍କର ଏଭଳି ଅବସ୍ଥା ଦେଖି ସାଙ୍ଗସାଥୀ ପ୍ରଥମେ ଭାବୁଥିଲେ ଯେ ସେ ପ୍ରେମରେ ପଡ଼ିଛନ୍ତି । ପରେ କିଏ କହିଲା ନାହିଁ । ଏହା ତାଙ୍କ ଅଭିନୀତ ସିନେମାର ଡାଏଲଗ୍ ତ ସେଥିପାଇଁ ସେ ଘୋଷୁଛନ୍ତି । ପ୍ରକୃତ କଥା ହେଲା ତାଙ୍କର ଏକ ନୂଆ ସିନେମା ଆସୁଛି, ଯାହାର ଶୀର୍ଷକ ରହିଛି ‘ଲଭ୍ ୟୁ ପ୍ରିୟା’ । ଏଥିରେ ଅଭିନେତା ସୋହମଙ୍କ ସହ ଅଭିନେତ୍ରୀ ମହିମା ମୁଖ୍ୟ ଭୂମିକାରେ ରହିଥିବା ଶୁଣିବାକୁ ମିଳୁଛି । ଜେଏଚ୍ବି ଏଣ୍ଟରଟେନ୍ମେଣ୍ଟ ପ୍ରଥମ ଅବଦାନରେ ପ୍ରସ୍ତୁତ ସିନେମାର ପ୍ରଯୋଜନା କରୁଛନ୍ତି ଜୟ ସେନ୍ । କାହାଣୀ ଓ ସଂଳାପ ଭାର ସମ୍ଭାଳିଛନ୍ତି ଆଶୁତୋଷ ବାରିକ । ସଙ୍ଗୀତ ନିର୍ଦ୍ଦେଶନାରେ ଅଶେଷ ରହିଛନ୍ତି । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ବିବେକ କୁମାର । କ୍ୟାମେରା ପରିଚାଳନା କରୁଛନ୍ତି ଧୀରେନ ସାହୁ । ପୂର୍ବରୁ ମହିମା ବିଭିନ୍ନ ସିନେମାରେ ପାଶ୍ୱର୍ନାୟିକା ଭାବେ ଦେଖାଇଥିବାବେଳେ ଗତବର୍ଷ ମୁକ୍ତିପ୍ରାପ୍ତ ଆକ୍ସନ୍ଧର୍ମୀ ଫିଲ୍ମ ‘ଅଜାତଶତ୍ରୁ’ରେ ଧମାକାଦାର୍ ଫାଇଟ୍ କରି ଓଲିଉଡରେ ଆକ୍ସନ୍ଷ୍ଟାର୍ ଭାବେ ନାଁ କରିଥିଲେ ସୋହମ ସିଂହ । ମୁମ୍ବାଇରେ ରହୁଥିବା ସୋହମ ପରେ ଓଲିଉଡକୁ ବ୍ୟାକ୍ କରିଥିଲେ ବସନ୍ତ ନାୟକ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ୟୁଟ୍ୟୁବ୍ ଫିଲ୍ମ ‘ଟାଇଗର୍’ରେ । ଏବେ ଦର୍ଶକ ତାଙ୍କୁ ‘ଲଭ୍ ୟୁ ପ୍ରିୟା’ରେ ଏକ ଭିନ୍ନ ଚରିତ୍ରରେ ଦେଖିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।
Comments are closed, but trackbacks and pingbacks are open.