ଲମତାପୁଟରୁ ହରିଆଣା ଚାଲାଣ:୬୫ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ଚାରିଦିନ ପରେ ପୁଣି ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ସଦର ପୁଲିସ । ସେମାନେ ହେଲେ ହରିଆଣା ରୋହତକ୍ ପକ୍ସମାର ସନ୍ଦୀପ କୁମାର(୨୭) ଏବଂ ପଶ୍ଚିମ-ଦକ୍ଷିଣ ଦିଲ୍ଲୀ ଇନ୍ଦ୍ର ମାର୍କେଟର ବଲବୀର ରାଣା(୩୮) । ଉଭୟଙ୍କ ପାଖରୁ ୧୨୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହା ଲମତାପୁଟରୁ ହରିଆଣା ଚାଲାଣ କରାଯାଉଥିଲା । ଜବତ ଗଞ୍ଜେଇର ମୂଲ୍ୟ ୬୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏଥିସହ କାରବାରରେ ବ୍ୟବହୃତ ୨ଟି କାର, ମୋବାଇଲ ସହ ବିଭିନ୍ନ କାର୍ଡ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଓଆଇସି ନବୀନ କୁମାର ଟପ୍ପୋ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ୫ ତାରିଖ ସନ୍ଧ୍ୟା ୭ଟାରେ ଲମତାପୁଟ ଅଞ୍ଚଳରୁ ୨ଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଓଆଇସିଙ୍କ ନିଦେ୍ର୍ଧଶକ୍ରମେ ଏସ୍ଆଇ ପ୍ରଶାନ୍ତକୁମାର ମହାନ୍ତି, ଏଏସ୍ଆଇ ମନୋରାଞ୍ଜନ ସାହୁ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ବାହାରିଥିଲା । ଜବାକନାଡ଼ି ଛକ ନିକଟରେ ଟିମ୍ ଜଗି ରହିଥିଲା । ଏହି ସମୟରେ ୨ଟି ଧଳା ରଙ୍ଗର କାର(ଏଚ୍ଆର ୯୫-୯୯୩୯, ଏମ୍ପି ୦୯ ସି-୨୧୭୧) ଜାତୀୟ ରାଜପଥ ଦେଇ ଦ୍ରୁତଗତିରେ ଜୟପୁର ଅଭିମୁଖେ ଆସୁଥିବା ଦେଖିବାକୁ ମିଳିଥିଲା । ଅଧିକାରୀମାନେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ । ଭିତରେ ୫୪ ପ୍ୟାକେଟ୍ ଗଞ୍ଜେଇ ଥିବା ଜଣାପଡିଥିଲା । ଉଭୟ ଲମତାପୁଟ ସୀମାନ୍ତ ଅଞ୍ଚଳରୁ ଗଞ୍ଜେଇ ନେଇ ହରିଆଣା ଚାଲାଣ କରୁଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଗଞ୍ଜେଇ । ଏ ସମ୍ପର୍କରେ ଥାନାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ସାଢେ ଚାରି ମାସରେ ସହର ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ମୋଟ ୯ ହଜାର ୧୩୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ହେବ । ଏ ସମ୍ପର୍କରେ ଥାନାରେ ୧୮ଟି ମାମଲା ରୁଜୁ କରାଯାଇଛି । କାରବାରରେ ଲିପ୍ତ ଅଭିଯୋଗରେ ୨ ପୁଲିସ କର୍ମଚାରୀ ସମେତ ଗିରଫ ହୋଇଛନ୍ତି ୬୫ ଜଣ । ୮ଟି ଟ୍ରକ୍, ୨ଟି କଣ୍ଟେନର, ୩ଟି ଭ୍ୟାନ୍, ୧୧ଟି କାର୍, ୧୩ଟି ବାଇକ୍, ମାଉଜର, ଗୁଳି ସହ ୫୫ରୁ ଅଧିକ ମୋବାଇଲ ଜବତ କରାଯାଇଛି । ଏଥିସହ ନଗଦ ୮ଲକ୍ଷ ୪୨ ହଜାର ଟଙ୍କା ଜବତ କରାଯିବା ସହ କୋଟିଏରୁ ଅଧିକ ଟଙ୍କାର କାରବାର ହୋଇଥିବା ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କ୍ରେ ଥିବା ଆକାଉଣ୍ଟ ସିଜ୍ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons