ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ଭୋର ସମୟରେ ଏକ ଲରି ପଛରେ ଟ୍ରକ୍ ଧକ୍କା ହୋଇଛି । ଫଳରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଓ ଦମ୍କଳ ବାହିନୀ ଟ୍ରକ୍କୁ କାଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଂକଟପନ୍ନ ଥିବା ଜଣାପଡ଼ିଛି ।
ଘଟଣାରୁ ଜଣାଯାଇଛି, ଆଜି ଭୋର ସମୟରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଏକ ଲରି ନଂ(ଏପି୦୪ଟିଟି-୭୦୨୯) ଆସୁଥିଲା । ତମାଣ୍ଡୋ ପେଟ୍ରୋଲ ପମ୍ପ ସମ୍ମୁଖରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ନଂ(ଓଡି୧୫ଜେ-୦୦୫୧) ଲରି ପଛରେ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ ଚାଳକ ଚାପି ହୋଇ ରହି ଯାଇଥିଲେ । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ତମାଣ୍ଡୋ ଥାନା ପୁଲିସ ପ୍ରଥମେ ପହଞ୍ଚି ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତେଣୁ ଦମ୍କଳବାହିନୀକୁ ଖବର ଦିଆ ଯାଇଥିଲା । ଦମ୍କଳ ବାହିନୀ ପହଞ୍ଚିବା ପରେ ଟ୍ରକ୍କୁ ଗ୍ୟାସ୍ କଟର ସହାୟତାରେ କାଟି ଚାଳକଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇବା ପରେ ଉକ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ ହୋଇଛି ।
Comments are closed, but trackbacks and pingbacks are open.