ଲାଞ୍ଚ ନେଇ ଧରା ପଡ଼ିଲେ ସରପଞ୍ଚ

Get real time updates directly on you device, subscribe now.

କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସରପଞ୍ଚ । ଭିଜିଲାନ୍ସ ଟିମ୍ ୨୦ ହଜାର ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ସରପଞ୍ଚ ରଇଲା ମାଝୀଙ୍କୁ ଅଧିକ ପଚରାଉଚରା ନିମନ୍ତେ ଜୟପୁରସ୍ଥିତ ଭିଜିଲାନ୍ସ କାର୍ୟ୍ୟାଳୟକୁ ନେଇଛି।
ସୂଚନା ଅନୁଯାୟୀ, ଏକ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ସେହି ପଞ୍ଚାୟତର ଭକ୍ତଗୁଡା ଗ୍ରାମର ଗଙ୍ଗାଧର ସାଉନ୍ତାଙ୍କଠାରୁ ରଇଲା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଆଜି ସକାଳେ ଜୟପୁରସ୍ଥିତ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ରଇଲାଙ୍କ ସେମିଳିଗୁଡା ବ୍ଲକ ଭେଜାପୁଟସ୍ଥିତ ଭଡ଼ା ଘର ନିକଟରେ ଲୁଚି ରହିଥିଲେ।ଏହାପରେ ଗଙ୍ଗାଧର ଲାଞ୍ଚ ଦେଉଥିବା ବେଳେ ରଇଲାଙ୍କୁ ଧରିବା ସହିତ ଲାଞ୍ଚ ନେଉଥିବା ସମସ୍ତ ୨୦ ହଜାର ଟଙ୍କାକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons