ଲାଞ୍ଚ ନେଇ ସହକାରୀ ଯନ୍ତ୍ରୀ ଗିରଫ

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଲାଞ୍ଚ ନେଇ ଧରାପଡିଛନ୍ତି ସ୍ଥାନୀୟ ଟାଟା ପାୱାର ଦକ୍ଷିଣ ଓଡିଶା ବିତରକ କମ୍ପାନିର ସହକାରୀ ଯନ୍ତ୍ରୀ କେ. ଶ୍ରୀନିବାସ ପାତ୍ର । ଲ୍ୟାଡରମ୍ୟାନ ଆଶାୟୀ ପୁରୁଷୋତି ଭୂମିଆଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶ୍ରୀ ପାତ୍ରଙ୍କ କାର୍ଯ୍ୟାଳୟ, ଭଡାରେ ରହୁଥିବା ଘର ଏବଂ ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୈତୃକ ଘରେ ଏକକାଳୀନ ଚଢଉ କରାଯାଇଛି । ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୁରୁଷୋତିଙ୍କୁ ଲ୍ୟାଡରମ୍ୟାନ ଭାବେ ନିଯୁକ୍ତି ଦେବାକୁ ଲାଞ୍ଚ ମାଗିଥିଲେ ସହକାରୀ ଯନ୍ତ୍ରୀ ଶ୍ରୀ ପାତ୍ର । ଏ ସମ୍ପର୍କରେ ପୁରୁଷୋତି ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଦାବି ମୁତାବକ ଆଜି ଏସ୍ଡିଓଙ୍କ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ପୁରୁଷୋତି । ଏହାକୁ ଶ୍ରୀ ପାତ୍ର ଗ୍ରହଣ କରି ଟେବୁଲ୍ ଡ୍ରୟରରେ ରଖିଥିଲେ । ଏହି ସମୟରେ ସେଠାରେ ଚଢଉ କରଥିଲେ ଭିଜିଲାନ୍ସ ଅଧିକାରୀ । ରାସାୟନିକ ରଙ୍ଗବୋଳା ନୋଟ୍ ଜବତ କରିଥିଲେ । ଏ ସଂପର୍କରେ କୋରାପୁଟ ଭିଜିଲାନ୍ସ ବିଭାଗରେ ୧୯ ନମ୍ବରରେ ଏକ କେସ୍ ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons