ଠାକୁରମୁଣ୍ଡା,(ବି.ବି.ନୁ୍ୟଜ୍): ମାର୍କେଟ କମ୍ପେ୍ଲr ନିର୍ମାଣର ବିଲ୍ ପାସ୍ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କନିÂ ଯନ୍ତ୍ରୀ ରକ୍ତସିନ୍ଧୁ ସେଠୀ । ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ ଶ୍ରୀ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ସାଲେଇବେଡ଼ା ପଞ୍ଚାୟତ ଅଧୀନ ଡଙ୍ଗାପାଣି ଗାଁରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ମାର୍କେଟ କମ୍ପେ୍ଲr । ଉକ୍ତ ମାର୍କେଟ କମ୍ପେ୍ଲr ନିର୍ମାଣ କାମ କରୁଥିଲେ ଠିକାଦାର ରଣଜିତ ମହାନ୍ତ । କାମ ସରିବା ପରେ ବିଲ୍ ପାସ୍ ପାଇଁ ଠିକାଦାର କନିÂ ଯନ୍ତ୍ରୀ ଶ୍ରୀ ସେଠୀଙ୍କୁ ଯୋଗାଯୋଗ କରିଥିଲେ । ଠିକାଦାର ରଣଜିତଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ । ଏହାପରେ ଠିକାଦାର ଏ ନେଇ ବାଲେଶ୍ୱର ଭିଜିଲାନ୍ସ ଅଫିସ୍ରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗ କନିÂ ଯନ୍ତ୍ରୀଙ୍କୁ ଧରିବାକୁ ଯୋଜନା କରିଥିଲେ । ମଙ୍ଗଳବାର କନିÂ ଯନ୍ତ୍ରୀ ଶ୍ରୀ ସେଠୀ ରହୁଥିବା ତାଙ୍କ ଭଡ଼ା ଘରେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ବାରିପଦା ଭିଜିଲାନ୍ସ ଡିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଲ କୁମାର ଇକ୍କା, ଭିଜିଲାନ୍ସ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ,ଏଏସଆଇ ନବକୁମାର ଦାସ ଓ ଯସ୍ମିତା ପୁଇ ସମେତ ବାରିପଦା ଓ ବାଲେଶ୍ୱର ଜିଲ୍ଲାର ଭିଜିଲାନ୍ସ କର୍ମଚାରୀ ମାନେ ସାମିଲ ଥିଲେ । ଭିଜିଲାନ୍ସ କେଶ ନମ୍ବର ୨୨/୨୦ ରୁଜୁ କରିଥିବାର ଜଣାଯାଇଛି ।


Comments are closed, but trackbacks and pingbacks are open.