ଲିଚୁ ଲାଇଟ୍‌ ଲଗାଉଥିବା ବେଳେ ବିଦ୍ୟୁତ ଆଘାତରେ ଦୋକାନୀ ମୃତ

Get real time updates directly on you device, subscribe now.

ଭଦ୍ରକ: ଦୀପାବଳି ଉପଲକ୍ଷେ ଦୋକାନକୁ ଲିଚୁ ଲାଇଟ୍‌ରେ ସଜାଉଥିବା ବେଳେ ବିଦ୍ୟୁତ ଆଘାତରେ ଦୋକାନୀ ମୃତ । ମୃତକ ଜଣଙ୍କ ହେଉଛନ୍ତି ପ୍ରକାଶ ଓଝା । ପ୍ରକାଶ ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ବଜାରରେ ତେଜରାତୀ ଦୋକାନ କରିଥିଲେ ।
ସେ ସନ୍ଧ୍ୟା ସମୟରେ ଲିଚୁ ଲାଇଟ୍‌ ଲଗାଉଥିବା ବେଳେ ବିଦ୍ୟୁତ୍‌ ଆଘାତ ପାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣ କରିଥିଲେ ।
ମାତ୍ର ୯ ମାସ ତଳେ ପ୍ରକାଶଙ୍କର ବିବାହ ହୋଇଛି । ତାଙ୍କ ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons