ଲିଫ୍ଟରେ ଛାତ୍ରୀଙ୍କ ପ୍ରସବ!

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): କୋରାପୁଟ ସହରର ଏକ ସମ୍ଭ୍ରାନ୍ତ ପରିବାରର ଜଣେ କଲେଜ ପଢ଼ୁଆ ଝିଅ । ଘରର ଅତ୍ୟନ୍ତ ଅଲିଅଳି । କଲେଜକୁ ଯାଉଥିଲେ ପାଠ ପଢ଼ିବାକୁ । କୁସଙ୍ଗରେ ପଡ଼ି ଗର୍ଭବତୀ ହେଲେ । କିନ୍ତୁ ଘରର ସଦସ୍ୟମାନେ ଏକଥା ଜାଣିପାରିନଥିଲେ । ଛାତ୍ରୀ ଜଣଙ୍କ ଆଜି ପୂର୍ବାହ୍ନରେ ପେଟରେ ଯନ୍ତଣା ଅନୁଭବ କରିଥିଲେ । ପରିବାର ଲୋକେ ଆମ୍ବୁଲାନ୍ସରେ ଆଣିଥିଲେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍କୁ । ଟିକେଟ କଲେ । ଲିଫ୍ଟ ନଂ-୨ରେ ଯିବାବେଳେ ହଠାତ୍ ପେଟରୁ ଖସି ପଡିଥିଲା ଏକ ମଲା ଛୁଆ । ଏହାପରେ ତାଙ୍କୁ ମେଡିକାଲ୍ କଲେଜର ଲେବର ରୁମ୍ରେ ରଖାଯାଇ ଚିକତ୍ସା କରାଯାଉଛି । ଅନ୍ୟପକ୍ଷରେ ବଡ଼ ଘର ବଡ଼ ଗୁମର କଥା ବୋଲି ଏଠାରେ ଚର୍ଚ୍ଚା ଚାଲିଛି ।
ଆଜି ପୂର୍ବାହ୍ନରେ ଏପରି ଅଘଟଣ ଖବର ପ୍ରଚାରିତ ହେବା ପରେ ଚାଇଲ୍ଡ ଲାଇନର ମହିଳା ପ୍ରତିନିଧିମାନେ ମେଡିକାଲ କଲେଜରେ ପହଞ୍ଚିଥିଲେ । କିନ୍ତୁ ଯୁବତୀଙ୍କ ଠିକଣାକୁ ଗୁପ୍ତ ରଖାଯାଇଥିବାରୁ ଚାଇଲ୍ଡ ଲାଇନ୍ ପ୍ରତିନିଧିମାନେ ନିରାଶ ହୋଇ ଫେରିଥିଲେ । ଏ ସଂପର୍କରେ ଅଧୀକ୍ଷକ କହିଛନ୍ତି, ଲିଫ୍ଟରେ ଛୁଆ ଜନ୍ମ ସମ୍ପର୍କରେ ତାଙ୍କ ପାଖରେ କିଛି ଖବର ନାହିଁ । ଯଦି ହୋଇଥିବ କିଛି ବଡ଼ କଥା ନୁହେଁ । ପ୍ରିମାଚ୍ୟୁଅର ଘଟଣାରେ କିମ୍ବା ଶେଷ ମୁହୂର୍ତ୍ତରେ ମେଡିକାଲ ଆଣିଲେ ଏଭଳି ହୋଇଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons