ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲାରେ ଲିଫ୍ଟ ଦେଇ ପୁଣି ଜଣେ ଯୁବତୀଙ୍କୁ ବଳାକ୍ରାର ଅଭିଯୋଗ ହୋଇଛି । ଜିଲ୍ଲାର ଜୟପାଟଣା ଥାନାଞ୍ଚଳରେ ଜଣେ ସିଟି ସ୍କୁଲ ଛାତ୍ରୀଙ୍କୁ ଗାଡ଼ିରେ ଲିଫ୍ଟ ଦେଇ ଜଣେ ଯୁବକ ଅପହରଣ କରିବା ସହ ବଳାକ୍ରାର କରିଥିବା ଅଭିଯୋଗ ହୋଇଛି । ଘଟଣା ୬ ତାରିଖରେ ଘଟିଥିବାବେଳେ ଲୋକଲଜ୍ଜା ଭୟରେ ଯୁବତୀ ଚୁପ୍ ଥିବା କହିଛନ୍ତି । ତେବେ ଯୁବକଙ୍କ ସହ ତାଙ୍କର ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣକ ଆଜି ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଯୁବତୀଙ୍କ ଅଭିଯୋଗ ଆଧାରରେ ଜୟପାଟଣା ପୁଲିସ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ପୁଲିସ ଉଠାଇ ନେଇ ଜେରା କରୁଥିବା ଶୁଣିବାକୁ ମିଳିଛି ।
ସୂଚନାମତେ, ଯୁବତୀଜଣକ ଭୁବନେଶ୍ୱରର ଏକ ସିଟି ସ୍କୁଲରେ ଟ୍ରେନିଂ ନେଉଛନ୍ତି । ଦଶହରା ଛୁଟି ପାଇଁ ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଏକ ଘରୋଇ ବସ୍ରେ ଆସିଥିଲେ । ୫ ତାରିଖ ସକାଳ ସାଢେ଼ ୫ଟାରେ ବସ୍ଟି ଭବାନୀପାଟଣା ବସ୍ଷ୍ଟାଣ୍ଡରେ ପହଞ୍ଚିବା ପରେ ଛାତ୍ରୀ ଜଣକ ଶୌଚଳୟକୁ ଯାଇଥିଲେ । ଏହି ସମୟରେ ବସ୍ ତାଙ୍କୁ ଛାଡ଼ି ଚାଲି ଯାଇଥିଲା । ଜୟପାଟଣା ଫେରିବା ପାଇଁ ଯୁବତୀ ଜଣକ ଅପେକ୍ଷା କରିଥିବାବେଳେ ସୁଶାନ୍ତ ନାୟକ ନାମକ ଜଣେ ଯୁବକ ଆସି ତାଙ୍କୁ କୁଆଡେ଼ ଯିବ ବୋଲି ପଚାରିଥିଲା । ଯୁବତୀ ଜଣକ ଜୟପାଟଣା ଯାଉଥିବା କହିବା ପରେ ଅଭିଯୁକ୍ତ ସୁଶାନ୍ତ ମୁଖିଗୁଡ଼ା ଯାଉଛି ବୋଲି କହି ତାଙ୍କୁ ଲିଫ୍ଟରେ ନେବାକୁ କହିଥିଲେ । ସେହି ସମୟରେ ଉକ୍ତ ଗାଡ଼ିରେ ୫ଜଣ ଥିବାବେଳେ ସେମାନେ ତାଙ୍କ ପରିବାର ଲୋକ ବୋଲି ସୁଶାନ୍ତ କହିଥିଲା । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ । ଗାଡ଼ିରେ ଯାତ୍ରା କରୁଥିବା ଏକ ଦମ୍ପତି ମୋଟେର୍ ଛକରେ ଓହ୍ଲାଇବା ପରେ ଗାଡ଼ିରେ ଥିବା ଅନ୍ୟ ୩ ଜଣ ବ୍ୟକ୍ତି ତାଙ୍କୁ ଜୟପାଟଣା ବଦଳରେ ଅନ୍ୟ ରାସ୍ତାକୁ ନେଇ ଯାଇଥିଲେ । ନିଛାଟିଆ ସ୍ଥାନରେ ସୁଶାନ୍ତ ତାଙ୍କ ସହ ଦୁର୍ବ୍ୟବହାର ଆରମ୍ଭ କରିଥିଲା । ଛାତ୍ରୀଜଣକ ବିରୋଧ କରିଥିଲେ ମଧ୍ୟ ଗାଡ଼ି ଭିତରେ ତାଙ୍କୁ ଜୋର୍ ଜବରଦସ୍ତ ବଳାକ୍ରାର କରିଥିଲା । ପରେ ସେ ତା ଘରକୁ ନେଇ ଯାଇଥିଲା । ପରିବାର ଲୋକଙ୍କ ଆଗରେ ତା ସ୍ତ୍ରୀ ବୋଲି କହିଥିଲା । ଘରେ ମଧ୍ୟ ବଳାକ୍ରାର କରିଥିଲା । ଉଭୟଙ୍କ ଫଟୋ ମଧ୍ୟ ଉଠାଇଥିଲା । ଏହାପରେ ସୁଶାନ୍ତର ପରିବାର ଲୋକ ଛାତ୍ରୀଙ୍କୁ ବୋହୂ କରି ଆଣିବ କହି କାହା ଆଗରେ ଘଟଣା ପ୍ରଘଟ ନକରିବା ପାଇଁ କହିଥିଲେ । ଏବେ ନିଜ ସହ ତାଙ୍କର ଫଟୋ ସୁଶାନ୍ତ ଭାଇରାଲ୍ କରିବା ପରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା ଯୁବତୀ ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ପୁଲିସ ପ୍ରଶାସନଠାରୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି ଛାତ୍ରୀଜଣକ ଚେତାବନୀ ଦେଇଛନ୍ତି ।


Comments are closed, but trackbacks and pingbacks are open.