ଲୁଚି ଛପି ଖେଳୁଥିଲେ ଜୁଆ, ଧରିଦେଲା ପୋଲିସ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଉପରପଡ଼ାର ଏକ ପରିତ୍ୟକ୍ତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬ ହଜାର ୩୮ ଟଙ୍କା, ଦୁଇଟି ବାଇକ୍ ଏବଂ ୫ଟି ମୋବାଇଲ ଜବତ କରିଛି । ଫିରିଙ୍ଗିଆ ଥାନା ଆଇଆଇସିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ , ବର୍ତ୍ତମାନ କରୋନା ପାଇଁ ଲକ୍ଡାଉନ୍ ଚାଲିଥିବାରୁ ଜୁଆଡ଼ିମାନେ ଲୁଚି ଛପି ବିଭିନ୍ନ ସ୍ଥାନରେ ଜୁଆ ଖେଳୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ତା’ପରେ ସୁଚିନ୍ତିତ ଯୋଜନା ମୁତାବକ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜୁଆଡିମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons