
ଛତିଆ,(ବି.ବି.ନୁ୍ୟଜ): ବୈରୀ ଥାନା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଦୁର୍ବୃତ୍ତଙ୍କ ଟାର୍ଗେଟ୍ । କେତେବେଳେ ବୋମାମାଡ଼ କରି କର୍ମଚାରୀଙ୍କୁ ଲହୁଲୁହାଣ କରି ଫେରାର୍ ହୋଇଯାଉଛନ୍ତି ତ ଆଉ କେତେବେଳେ ଗୁଳି ମାରି ଲୁଟ୍ ଉଦ୍ୟମ କରୁଛନ୍ତି । ବୈରୀ ଥାନା ଛତିଆ ଫାଣ୍ଡି ରଙ୍ଗିଦାସପୁର ଛକ ନିକଟରେ ଥିବା ଆଇଓସିଏଲ୍ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ସୋମବାର ପୂର୍ବାହ୍ନରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଲୁଟ୍ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଟଙ୍କା ଜମା କରିବା ପାଇଁ ବ୍ୟାଙ୍କ ଯାଉଥିବା କର୍ମଚାରୀ ଦ୍ୱୟଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । କର୍ମଚାରୀ ଦ୍ୱୟ ଗୁରୁତର ହୋଇଥିବା ବେଳେ ଟଙ୍କା ଭାବି କାଗଜପତ୍ର ଭର୍ତ୍ତି ବ୍ୟାଗ୍ ନେଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଦ୍ୱୟ ପେଟ୍ରୋଲ୍ ପମ୍ପ ପରିଚାଳକ ଦୁଷ୍ମନ୍ତ ନାୟକ ଓ କର୍ମଚାରୀ ଜୟନ୍ତ ନାୟକ ।
ସୂଚନା ମୁତାବକ, ପେଟ୍ରୋଲ ପମ୍ପ ପରିଚାଳକ ଦୁଷ୍ମନ୍ତ ନାୟକ ଓ କର୍ମଚାରୀ ଜୟନ୍ତ ସାମଲ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ୩ଲକ୍ଷ ଟଙ୍କା ପକେଟରେ ନେଇ ନିକଟସ୍ଥ କାନାରା ବ୍ୟାଙ୍କକୁ ଜମା କରିବାକୁ ଏକ କାର(ଓଆର୍ ୦୨ଏଡବ୍ଲୁ ୭୭୦୭)ରେ ଯାଉଥିଲେ । ବ୍ୟାଙ୍କକୁ ଯିବା ରାସ୍ତାରେ ନେଳିଆ ଛକ ନିକଟସ୍ଥ ଏକ ହମ୍ପ୍ସ ନିକଟରେ ପୂର୍ବରୁ ଏକ ପଲସରରେ ଆସି ପ୍ରସ୍ତୁତ ଥିବା ତିନିଜଣ ଦୁର୍ବୃତ୍ତ କାର ଉପରକୁ ଗୁଳି ମାରିଥିଲେ । ଗୁଳି ମାଡ଼ରେ କାର କାଚ ଭାଙ୍ଗି ପେଟ୍ରୋଲ ପମ୍ପ ପରିଚାଳକ ଶ୍ରୀ ନାୟକଙ୍କ ବାମ କାନ୍ଧ ଓ ସହଯୋଗୀ କର୍ମଚାରୀ ଜୟନ୍ତ ସାମଲଙ୍କ ହାତରେ ବାଜି ରହି ଯାଇଥିଲା । ଉଭୟ ଗୁରୁତର ହୋଇଥିବା ବେଳେ ଗୁଳି ଶବ୍ଦରେ ଲୋକମାନେ ଧାଇଁ ଆସିଥିଲେ । ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ଭାବି କାରରେ ଥିବା କାଗଜପତ୍ର ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । ତେବେ ଶ୍ରୀ ନାୟକ ପକେଟରେ ଟଙ୍କା ରଖିଥିବାରୁ ଦୁର୍ବୃତ୍ତମାନେ ଟଙ୍କା ନେଇ ପାରିନଥିଲେ ।
ଛତିଆ ଫାଣ୍ଡି ଅଧିକାରୀ ଜଗଦିଶ କର ଓ ବୈରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ର ପହଞ୍ଚô ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲ ପଠାଇଥିଲେ । ଏଥିସହିତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି୍ ଫୁଟେଜକୁ ଯାଞ୍ଚ କରୁଛି । ଯାଜପୁର ରୋଡ୍ ଏସ୍ଡିପିଓ ଚିନ୍ମୟ ନାୟକ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରୁଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.