ଲୁଟ୍ କରିବାକୁ ଆସି ବନ୍ଧା ହେଲେ ଯୁବକ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନା ଅର୍ନ୍ଗତ ନୟାହାଟ ନରସିଂହପୁର ଶାସନ ଗ୍ରାମରେ ଏକ ବଡ଼ ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଯୋଗେନ୍ଦ୍ର ମାଳତୀ ନାମକ ବ୍ୟକ୍ତିଙ୍କ ଘରେ ୪ ଦୁର୍ବୃତ୍ତ ପଶି ୪ଭରି ସୁନା ଅଳଙ୍କାର ସହ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ ଗ୍ରାମବାସୀ କାବୁ କରି ନେଇ ନିଧୁମ୍ ଛେଚିଥିବା ଜଣାଯାଇଛି । ଗତକାଲି ରାତି ପ୍ରାୟ ୩ଟାରେ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ଆସି ଗାମର ଯୋଗେନ୍ଦ୍ର ମାଳତୀଙ୍କ ଘରେ ପହଞ୍ଚିଥିଲେ ।ସେମାନେ ଘର ପଛପଟ କବାଟ ଭାଭ୍ଗି ଭିତରେ ପଶିଥିଲେ । ଏହାପରେ ବାରଣ୍ଡାରେ ଶୋଇଥିବା ଲୋକଙ୍କୁ ଛୁରୀ ଦେଖାଇ ଏକ ବାକ୍ସରେ ଥିବା ୪ ଭରି ସୁନା ଅଳଙ୍କାର ଓ ଲକ୍ଷେ ୯୦ ହଜାର ଟଙ୍କା ଲୁଟ୍ କରି ନେଇଥିବା ଯୋଗେନ୍ଦ୍ର ଅଭେିଯାଗ କରିଛନ୍ତି । ଲୁଟ୍ ପରେ ଡକାୟତମାନେ ଫେରାର ହେଉଥିବା ବେଳେଜଣେ ଡକାୟତକୁ ବାଇକ୍ ସହ ଗ୍ରାମବାସୀ କାବୁ କରିନେଇଥିଲେ । ଧରା ପଡିଥିବା ଡକାୟତକୁ ଗ୍ରାମବାସୀ ନିଧୁମ୍ ଛେଚି ନୟାହାଟ ଫାଣ୍ଡି ପୋଲିସକୁ ହସ୍ତାନ୍ତର କରିଛନ୍ତି । ଧରାପଡିଥିବା ଡକାୟତ ଜଣକ ଅସ୍ତରଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ତାକୁ ପଚାରାଉଚରା ଚଳାଇଥିବା ବେଳେ ବାଇକ୍କୁ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons