ଲୁଡୋ ଖେଳକୁ ନେଇ ଗଣ୍ଡଗୋଳ, ୫ଜଣ ମିଶି ଜଣଙ୍କୁ କଲେ ହତ୍ୟା

Get real time updates directly on you device, subscribe now.

ରାଜକୋଟ : ଗୁଜୁରାଟ କୁଚ୍ ଜିଲ୍ଲାର ଗାନ୍ଧୀଧାମ ଭାରତନଗର ଅଞ୍ଚଳରେ ସାମାନ୍ୟ ଲୁଡୋ ଖେଳ ପାଇଁ ଗଡିଲା ମୁଣ୍ଡ । ଶନିବାର୫ ଜଣ ମିଶି ଜଣଙ୍କୁ ହତ୍ୟା କରିଥିଛନ୍ତି । ଜଣେ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବାବେଳେ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ରବିବାର ପୋଲିସ ଗିରଫ କରିଛି। ଦୁଇଜଣ ଅତିରିକ୍ତ ଅଭିଯୁକ୍ତ ଫେରାର ଅଛନ୍ତି ।
ପୋଲିସର ସୂଚନା ଅନୁଯାୟୀ, ଭାରତ ସାଙ୍ଗର, ପ୍ରିନ୍ସ ଗୋସ୍ବାମୀ, ରାହୁଲ ଚୌହାନ ଏବଂ ସେମାନଙ୍କର ଦୁଇ ନାବାଳକ ସହଯୋଗୀ ବିକାଶ ଆହିର (୧୯) ଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।
ନାବାଳକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୃତକଙ୍କ ସହ କଳହ କରିଥିଲେ ଏବଂ ଶେଷରେ ତାଙ୍କୁ ଚାପୁଡା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଯେତେବେଳେ ଆହିର ଏବଂ ପାଲ, ଚିରାଗ ଏହି ଝଗଡା ଭିତରେ ହସ୍ତକ୍ଷେପ କଲେ, ସେତେବେଳେ ଆହିର, ଚିରାଗ ଏବଂ ମହେଶ୍ବରୀ ଏବଂ ନାବାଳକ ଅଭିଯୁକ୍ତ ପରସ୍ପର ମଧ୍ୟରେ ମାରପିଟ୍ ହୋଇଥିଲେ।
ଏହା ପରେ ନାବାଳକ ଜଣକ ଘଟଣାସ୍ଥଳ ଛାଡି ଭାରତ ସାଙ୍ଗର ସହିତ ଛୁରୀ ନେଇ ଫେରି ଆସିଥିଲେ। ଯେତେବେଳେ ଅଭିଯୁକ୍ତ ଅହିରଙ୍କୁ ଏକାକୀ ଦେଖିଥିଲେ ସେମାନେ ତାଙ୍କୁ ଦୋଷାରୋପ କରି ଦୁଇଥର ଛୁରୀରେ ଆକ୍ରମଣ କରିଥିଲେ । ଏ ନେଇ ଗାନ୍ଧୀଧାମ ଅପରାଧ ବିଭାଗର ଇନ୍ସପେକ୍ଟର ଡି ଭି ରାଣା ସୂଚନା ଦେଇଥିଲେ । ମୃତ ବ୍ୟକ୍ତି ବିବାହିତ ଥିଲେ ଏବଂ ତାଙ୍କର ଏକ ଫୁଡ୍ ଷ୍ଟଲ ଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons