ଲୁହାଶାଳରେ ପଡିଛି ଯୁବକଙ୍କ ମୃତଦେହ: ହତ୍ୟା ସନେ୍ଦହ

Get real time updates directly on you device, subscribe now.

ଆସିକା: ଲୁହାଶାଳରେ ପଡ଼ିଛି ଜଣେ ଯୁବକଙ୍କ ମୃତଦେହ। ତାଙ୍କୁ କିଏ ହତ୍ୟା କରିଛି ନା ସିଏ ଆତ୍ମହତ୍ୟା କରିଛନ୍ତି, ତାହା ଏପର୍ୟ୍ୟନ୍ତ ଜଣାପଡ଼ି ନାହିଁ। ହିଞ୍ଜିଳି ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ ଲୁହାଶାଳରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ନାଁ ହେଉଛି ନିରଞ୍ଜନ ମୂଲୀ। ବୟସ ପାଖାପାଖି ୩୫ ବର୍ଷ ହେବ। ତାଙ୍କ ଘର ପାଟଣା ସାହିରେ ବୋଲି ଜଣାପଡ଼ିଛି।
ପୁଲିସ ମୃତଦେହ ଜବତ କରି ନଂ ସହ ୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ବୋଲି ପୁଲିସ କହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons