ଲୋକଙ୍କୁ ନେଇ ବିକାଶ ହେବ: ଉପଜିଲ୍ଲାପାଳ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ଗୁଣପୁର ସହରର ଲୋକଙ୍କୁ ନେଇ ଏଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏଭଳି କହିଛନ୍ତି ନୂତନ ଭାବେ ଯୋଗ ଦେଇଥିବା ଉପଜିଲ୍ଲାପାଳ ଜେ. ସୋନାଲ । ଏହି ଅବସରରେ ଇନଡୋର ଷ୍ଟେଡିୟମ୍ର ନିର୍ମାଣ, ପୌରାଞ୍ଚଳରେ ଖେଳପଡିଆ ନିର୍ମାଣ, ନୂଆ ବସଷ୍ଟାଣ୍ଡ ଠାରେ ମେଗା ପାର୍କ, ସେଫାଳୀ ପାହାଡକୁ ରାସ୍ତା ଓ ସୌନ୍ଦର୍ଯ୍ୟକରଣ, ଡାକ୍ତରଖାନାର ଉନ୍ନତି ଓ ଡାକ୍ତର ନିଯୁକ୍ତି, ପ୍ରସ୍ତାବିତ ଗୁଣପୁର-ଥେରୁୱାଲି ରେଳପଥ ପ୍ରକଳ୍ପ କାର୍ଯ୍ୟର ତ୍ୱରାନ୍ୱିତ କରିବା, ଏଗ୍ରି କ୍ଲିନିକ, ଉଦ୍ୟାନକେନ୍ଦ୍ର ସ୍ଥାପନ ଓ ବଂଶଧାରାରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ନେଇ ସ୍ଥାନୀୟ ନବନିର୍ମାଣ ସମିତି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଗୁରୁବାର ସନ୍ଧ୍ୟାରେ ଗୁଣପୁର ନବନିର୍ମାଣ ସମିତି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସଭାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ସମିତି ଅଧ୍ୟକ୍ଷ ଅକ୍ଷୟ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିÂ ଆଇନଜୀବୀ ଉମାଚରଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଗତ ୨ବର୍ଷ ମଧ୍ୟରେ ଡ. ବନେ୍ଦାରଙ୍କ ସଫଳ କାର୍ଯ୍ୟକଳାପ ସମ୍ପର୍କରେ ବକ୍ତାମାନେ ବିସ୍ତୃତ ବିବରଣୀ ରଖିଥିଲେ । ବିଦାୟକାଳୀନ ସଭାରେ ଡ.ବନେ୍ଦାରଙ୍କ ସଫଳତା କାମନା କରାଯିବା ସହ ପ୍ରଶଂସାପତ୍ର, ମୋମେଣ୍ଟୋ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ନୂତନ ଉପଜିଲ୍ଲାପାଳ ଶ୍ରୀ ସୋନାଲଙ୍କୁ ସ୍ୱାଗତ କରାଯାଇଥିଲା । ସେ ତାଙ୍କ ପ୍ରତିକ୍ରିୟାରେ ଲୋକଙ୍କୁ ସାଥିରେ ନେଇ ବିକାଶ କାର୍ଯ୍ୟ ଆଗକୁ ନେବା ଉପରେ ଗୁରୁତ୍ୱ ଦେଇଥିଲେ । ସାଧାରଣ ଲୋକଙ୍କ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି କହିଥିଲେ । ଅନ୍ୟପକ୍ଷେ ବିଦାୟୀ ଉପଜିଲ୍ଲାପାଳ ଡ.ସିଦେ୍ଧଶ୍ୱର ବଳିରାମ ବନେ୍ଦାର ଭାବବିହ୍ୱଳ ହୋଇ କହିଛନ୍ତି, ଗୁଣପୁର ଲୋକଙ୍କ ପାଇଁ ସବୁବେଳେ ତାଙ୍କ ଦ୍ୱାର ଖୋଲା ରହିବ । ଲୋକଙ୍କ ବ୍ୟକ୍ତିଗତ କାମ ହେଉ କି ସାମୂହିକ ନିଶ୍ଚିନ୍ତରେ କଲ୍ କରିବେ । ଗୁଣପୁର ତାଙ୍କ କର୍ମଭୂମି ଥିଲା । ଲୋକଙ୍କ ଭଲପାଇବା ଏହି ମାଟିକୁ ମୋ ଜନ୍ମଭୂମି ଭଳି କରି ଦେଇଥିଲା । ଆଇଏଏସ ନିଯୁକ୍ତି ଓ ବିଭିନ୍ନ ସ୍ଥାନରେ ପ୍ରବେସନାରୀ କାର୍ଯ୍ୟ କରିବା ପରେ ଏଇଠୁ ଆରମ୍ଭ ହୋଇଥିଲା ମୋ ପ୍ରଥମ ଚାକିରୀ ଜୀବନ । ଏହି ପ୍ରଥମ ଅନୁଭୂତି ମତେ ଅନେକ କିଛି ଶିଖାଇଛି ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନବନିର୍ମାଣ ସମିତି ସମ୍ପାଦକ ରଞ୍ଜିିତ ପାଢି, କଳିଙ୍ଗ ଯୁବ ବୈଶ୍ୟସଂଘର ଏସ୍.ବାବା ପ୍ରସାଦ, ଏସ.ନାଗେନ୍ଦ୍ର, ବ୍ଲକ ଅଧ୍ୟକ୍ଷା ଦେବକୀ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନ ଗମାଙ୍ଗ, ଜିଆଇଇଟି ବିଶ୍ୱ ବିଦ୍ୟାଳୟ ନିଦେ୍ର୍ଧଶକ ଡ.ଜଗଦୀଶ ପଣ୍ଡା, ବରିÂ ନାଗରିକ କୃଷ୍ଣପ୍ରସାଦ ମିଶ୍ର, କଳା ପରିଷଦର କୈଳାସ ଦାସ, ଆଇନଜୀବୀ ଦେବୀ ଆଚାର୍ଯ୍ୟ, ମିଲର୍ ସଂଘର ଏ.ସୁମନ ପାତ୍ର, ସାମ୍ବାଦିକ ପି.ନାଗଭୂଷଣ ରାଓ, ପ୍ରଦୀପ ପାଢି, ଦେବୀପ୍ରସାଦ ମିଶ୍ର, ଶିବ ଗୌଡ, ଏବିଭିପିର ଏସ୍.ଶିବାଜୀ ଓ ବି.ସତୀଶକୁମାର, ଓକିଲ ରମେଶ ଲିମା, ଶତାୟୁ ହାଇସ୍କୁଲ ପ୍ରଧାନଶିକ୍ଷକ ଶଶାଙ୍କ ଦାସ ପ୍ରମୁଖ ଉପସ୍ଥିତ ରହି ଉଭୟ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମିତିର ଉପସଭାପତି ଉମାଶଙ୍କର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର ଓ ଅମଲାଙ୍କ ପକ୍ଷରୁ ଉଭୟ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons