ଲୋକସେବା ଭବନ ଭିତରେ ରହିପାରିବନି ଗାଡ଼ି, ଲାଗିଲା କଟକଣା

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ):କରୋନା ଯୋଦ୍ଧାଙ୍କ ସମ୍ମାନରେ ଆସନ୍ତାକାଲି ଅପରାହ୍ନ ସାଢେ଼ ୫ଟାରେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବା ପରେ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଲୋକସେବା ଭବନ ପରିସରରେ ରହୁଥିବା ସମସ୍ତ ଗାଡିକୁ ହଟାଇ ଦିଆଯାଇଛି ଓ ଆଜି ସନ୍ଧ୍ୟା ସାଢେ଼ ୬ଟାରୁ ଆସନ୍ତାକାଲି ସନ୍ଧ୍ୟା ସାଢେ଼ ୬ଟା ପର୍ଯ୍ୟନ୍ତ ଲୋକସେବା ଭବନ ପରିସରରେ କୌଣସି ଗାଡ଼ି ପାର୍କିଂ କରିପାରିବ ନାହିଁ ବୋଲି ନିଦେ୍ର୍ଧଶନାମା ଜାିର ହୋଇଛି । ପ୍ରାୟ ଦୀର୍ଘ ଅଢେ଼ଇ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନକୁ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ହେଉଥିବା ଚର୍ଚ୍ଚା । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିଦେ୍ର୍ଧଶନାମା ଜାରି କରି କୁହାଯାଇଛି ଯେ, ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାନ କରିବା କାର୍ଯ୍ୟକ୍ରମକୁ ଲୋକସେବା ଭବନ ସମେତ ସମସ୍ତ ସରକାରୀ ଅଫିସରେ ଭଲ ଭାବେ ପାଳନ କରାଯିବ । ଏହି ସମୟରେ ସାମାଜିକ ଦୂରତ୍ୱ ଓ ଅନ୍ୟ ପ୍ରୋଟୋକଲ ପାଳନ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ (୩୦ ତାରିଖ ସନ୍ଧ୍ୟା ସାଢେ଼ ୬ଟା) ଲୋକସେବା ଭବନ ସମ୍ମୁଖରେ ଥିବା ଖାଲି ସ୍ଥାନଗୁଡିକରେ ତାରି ଚକିଆ ଓ ଦୁଇ ଚକିଆ ଯାନକୁ ପାର୍କିଂ ନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଅଫିସରମାନଙ୍କୁ ଲୋକସେବା ଭବନ ଭିତରେ ଗାଡ଼ି ଛାଡିବା ଓ ନେବା କାର୍ଯ୍ୟ କରିପାରିବ କିନ୍ତୁ ଉକ୍ତ ଗାଡ଼ି ଲୋକସେବା ଭବନ ଭିତରେ ରହିବ ନାହିଁ । ଲୋକସେବା ଭବନ ପଛପଟେ ଥିବା ପାର୍କିଂ ସ୍ଥାନଗୁଡିକରେ ଗାଡ଼ି ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଲୋକସେବା ଭବନର କର୍ମଚାରୀମାନେ ନିଜ ନିଜର ଗାଡ଼ି କେଉଁଠି ରଖିବେ ସେନେଇ ମଧ୍ୟ ବନେ୍ଦାବସ୍ତ ହୋଇଛି । ସୂଚନା ଅନୁସାରେ ସମସ୍ତ ଚାରିଚକିଆ ଯାନ ଲୋକସେବା ଭବନର ଗେଟ୍ ନମ୍ବର ୫ ବାହାରେ ଥିବା ପାର୍କିଂ ଅଞ୍ଚଳ , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ପାକ, ଓଏସ୍ଆରଟିସି ଗ୍ୟାରେଜ, ଜୟଦେବ ଭବନ , ଇନ୍ଦିରା ପାର୍କ ସମ୍ମୁଖ ଖାଲି ସ୍ଥାନ, ପାଣି ଟାଙ୍କି ଅଫିସ ଓ ଇଡକଲ ଅଡିଟୋରିୟମ ନିକଟରେ ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସମସ୍ତ ଦୁଇ ଚକିଆ ଯାନକୁ ଗେଟ୍ ନମ୍ବର ୫ ବାହାରେ ଥିବା ଖାଲି ଅଞ୍ଚଳ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ସମ୍ମୁଖ ଓ ଏଜି ଛକସ୍ଥିତ ଟ୍ରାଫିକ ପୋଲିସ ଥାନା ପଛ ପଟ ଅଞ୍ଚଳରେ ଗାଡ଼ିକୁ ପାର୍କିଂ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଆଜି ଲୋକସେବା ଭବନ ପରିସରକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯିବା ସହ ବଡ଼ ବଡ଼ ସାଉଣ୍ଡ ବକ୍ସ ଅଣାଯାଇ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ବାଜିବାର ପରୀକ୍ଷା ନିରୀକ୍ଷା କରାଯାଉଛି । ଏହା ସହିତ ଲୋକସେବା ଭବନ ପରିସରରେ ଥିବା ଫାଙ୍କା ସ୍ଥାନ ଓ ସମ୍ମୁଖସ୍ଥ ରାସ୍ତାରେ ଲୋକମାନେ କେଉଁଠି ଛିଡା ହେଲେ ସାମାଜିକ ଦୂରତ୍ୱ ବଜାୟ ରହିବ ସେଥିପାଇଁ ଧଳା ଚୂନରେ ମାର୍କିଂ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons