ଲୋକସେବା ଭବନ ସହ ଯୋଡ଼ି ହେବ ୨୪୭ ଅଫିସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏଣିକି ଗ୍ରାମାଞ୍ଚଳର ବିକାଶକୁ ତ୍ୱରିତ୍ ସମୀକ୍ଷା କରିହେବ । ଲୋକସେବା ଭବନ ସହ ସବ୍ଡିଭିଜନ୍ ଓ ବ୍ଲକ୍ସ୍ତରରେ ଥିବା ଅଫିସ୍ ସିଧାସଳଖ ଯୋଡ଼ିହେବ । ଇଣ୍ଟରନେଟ୍ ସେବା ଽୁର୍ବଳ ଥିଲେ ବି ଏହି ବ୍ୟବସ୍ଥା ମାଧ୍ୟମରେ ନିରବଚ୍ଛିନ୍ନ ଇଣ୍ଟରନେଟ୍ ଓ ଯୋଗାଯୋଗ ସେବା ସମ୍ଭବ ହେବ । ଏଥିପାଇଁ ଆଜି ମଲ୍ଟି ପ୍ରୋଟୋକଲ୍ ଲେବଲ ସ୍ୱିଚିଂ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କିଂ (ଆର୍୍ଡି-ଏମପିଏଲଏସ୍ ଭିପିଏନ୍)ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ବ୍ୟବସ୍ଥା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆର୍ଡି ଏମ୍ପିଏଲ୍ଏସ୍ ନେଟ୍ୱର୍କ ସହ ବ୍ଲକ୍ସ୍ତରରେ ଥିବା ୨୪୭ ଅଫିସ୍ ଯୋଡ଼ି ହେବ । ଟେକ୍ନୋଲୋଜିଭିତ୍ତିକ ଆପ୍ଲିକେସନ୍ ପ୍ରୟୋଗ କରି ୫-ଟି ଅଭିଯାନକୁ ସୁଽୃଢ଼ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ନେଟୱର୍କ ମାଧ୍ୟମରେ ୫-ଟି ଅଧୀନରେ ସ୍ୱଚ୍ଛତା, ସକ୍ରିୟ ପରିଚାଳନା ଓ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ତ୍ୱରିତ୍ ହେବ ବୋଲି ସେ କହିଛନ୍ତି । ନୂଆ ପ୍ରକଳ୍ପର ଟେଣ୍ଡର, ପ୍ରକଳ୍ପର ରକ୍ଷଣାବେକ୍ଷଣା, ଆର୍ଥିକ ପରିଚାଳନା, ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ୱେବ୍ଭିତ୍ତିକ ଆପ୍ଲିକେସନ୍ ବ୍ୟବହାର ହେଉଛି । ଅଧିକ ସ୍ୱଚ୍ଛତା ପାଇଁ ଟେଣ୍ଡରିଂ ପ୍ରକ୍ରିୟାର ସମ୍ପୂର୍ଣ୍ଣ ୱେବ୍ଭିତ୍ତିକ ସ୍ୱୟଂଚାଳିତ ବ୍ୟବସ୍ଥା ଆପଣାଇବାକୁ ବିଭାଗର ପଽକ୍ଷେପକୁ ସେ ସାବାସୀ େଽଇଛନ୍ତି ।
ଆଜିର କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ପରିଚାଳନା କରିଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଽୀପ ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଭାଗର ବରିÂ ଅଧିକାରୀମାନେ ଭର୍ଚୁଆଲ ଯୋଗେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons