ଲୋଗୋ, ଜର୍ସି ଉନ୍ମୋଚନ କଲେ ନବୀନ, ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ାମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ହେଉଛି ଖେଲୋ ଇଣ୍ଡିଆ । ଚଳିତ ବର୍ଷ ଠାରୁ ଏହା ମୋଟ୍ ୩ଟି ପର୍ଯ୍ୟାୟରେ ଆୟୋଜିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସାମିଲ କରାଯାଇଛି । ଏହାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହେବ । ଚନ୍ଦ୍ରଶେଖରପୁର ପୂର୍ବତଟ ରେଳପଥ ପ୍ରେକ୍ଷାଳୟରେ ଆଜି ଆୟୋଜିତ ହୋଇଥିଲା ଏହାର ଲୋଗୋ, ମାସ୍କଟ୍ ଓ ଜର୍ସି ଉନ୍ମୋଚନ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଅଫିସିଆଲ୍ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଥିଲେ ପ୍ରତିଯୋଗିତାର କ୍ରୀଡ଼ାସୂଚୀ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତଥିଲେ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ (ନିଶଙ୍କ), ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସାଂସଦ ଅଚୁ୍ୟତ ସାମନ୍ତଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିÂ ଅଧିକାରୀ, ଅଲିମ୍ପିଆନ ଦୂତି ଚାନ୍ଦ ଓ ଦେଶର ଦ୍ରୁତତମ ଧାବକ ଅମିୟ ମଲିକ । କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଯୋଗିତାର ଲୋଗୋ, କେନ୍ଦ୍ରମନ୍ତ୍ରୀ ପୋଖରିୟାଲ ମାସ୍କଟ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଜର୍ସି ଉନ୍ମୋଚନ କରିଥିଲେ । ମନ୍ତ୍ରୀ ଅରୁଣ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହେଉଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରୁ କ୍ରୀଡ଼ା ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖରେ ଶେଷ ହେବ । କିଟ୍ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ଆୟୋଜିତ ହେବ । ଦେଶର ୧୦୦ଟି ବିଶ୍ୱବିଦ୍ୟାଳୟରୁ ୪୦୦୦ ଆଥଲେଟ୍ ଅଂଶ ଗ୍ରହଣ କରିବେ । ମୋଟ୍ ୧୭ଟି କ୍ରୀଡ଼ା ଯଥା-ଆର୍ଚେରୀ, ଆଥଲେଟିକ୍, ବକ୍ସିଂ, ଫେନ୍ସିଂ, ଜୁଡୋ, ସୁଇମିଂ, ଭାରୋତ୍ତୋଳନ, ରେସଲିଂ, ବ୍ୟାଡମିଣ୍ଟନ, ବାସ୍କେଟବଲ୍, ଫୁଟବଲ୍, ହକି, ଟେବୁଲ ଟେନିସ୍, ଟେନିସ୍, ଭଲିବଲ୍, ରଗ୍ବୀ ଓ କବାଡ଼ି ପ୍ରଭୃତିରେ ପ୍ରତିଯୋଗିତା ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons