
ମାଲକାନଗିରି,(ବି.ବି.ନୁ୍ୟଜ):ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଜନାକୁ ପଣ୍ଡ କଲେ ଯବାନ । ପାଖାପାଖି ୮ କେଜିର ବିସ୍ଫୋରକ ଉଦ୍ଧାର ହେଲା । ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଛେରପାଲ୍ଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଯବାନମାନେ ଏଥିରୁ ଅଳ୍ପକେ ବର୍ତ୍ତିଥିବାବେଳେ ଲ୍ୟାଣ୍ଡମାଇନ୍କୁ ନିଷ୍କ୍ରିୟ କରାଯାଇଛି ।
ସୂଚନା ଅନୁସାରେ, ଛେରପାଲ୍ଲୀ ଗାଁ ମୋଦିପାରା ଜଙ୍ଗଲକୁ ଶନିବାର ଡିଆରଜି ଓ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନରେ ଯାଇଥିଲେ । ଫେରିବା ବାଟରେ ଯବାନଙ୍କୁ ଟାର୍ଗେଟ କରି ମଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ରାସ୍ତା ନିକଟରେ ଯବାନ ପହଁଚିବା କ୍ଷଣି ତାଙ୍କ ମେଟାଲ ଡିଟେକ୍ଟର ସାଇରନ୍ ବାଜିଥିଲା । ତୁରନ୍ତ ଯବାନମାନେ ସତର୍କ ହୋଇ ଯାଇଥିଲେ । ରାସ୍ତାର ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଥିଲେ । ରାସ୍ତା ମଝିରେ ହୋଇଥିବା ଏକ ଗାତରୁ ୮ କେଜି ଓଜନର ଲ୍ୟାଣ୍ଡମାଇନ୍ ମିଳିଥିଲା । ଯବାନମାନେ ସତର୍କତାର ସହ ଏହାକୁ ସେହି ଜଙ୍ଗଲରେ ନିଷ୍କ୍ରିୟ କରିଥିଲେ ।


Comments are closed, but trackbacks and pingbacks are open.