ନୂଆଦିଲ୍ଲୀ: ଦୁବାଇରୁ କୋଝିକୋଡ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଆଜି ରାତିରେ ରନୱେରେ ଲ୍ୟାଣ୍ଡିଂ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ରନୱେ ଅତିକ୍ରମ କରି ପ୍ରାୟ ୩୦ ଫୁଟ ଗଭୀର ତଳକୁ ଖସିପଡିବା ପରେ ଦୁଇଖଣ୍ଡ ହୋଇଯାଇଛି । ଏଥିରେ ୨ ଜଣ ପାଇଲଟଙ୍କ ସମେତ ୧୬ ଜଣଙ୍କର ମୃତୁ୍ୟ ହୋଇଛି । ଏଥିସହ ୧୨୩ ଜଣ ଯାତ୍ରୀ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ ବନେ୍ଦ ଭାରତ ମିଶନରେ ସାମିଲ ଏୟାର ଇଣ୍ଡିଆର ଏକ ବୋଇଂ ୭୩୭ ବିମାନ ଆଇଏକ୍ସ-୧୩୪୪ ଦୁବାଇରୁ ଯାତ୍ରୀଙ୍କୁ ଧରି କୋଝିକୋଡ୍ର କାରିପୁର ବିମାନବନ୍ଦରରେ ଆଜି ରାତି ୭ଟା ୪୧ରେ ଲ୍ୟାଣ୍ଡିଂ କରିଥିଲା । ବିମାନରେ ୧୦ ପିଲାଙ୍କ ସମେତ ୧୮୪ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୫ ଜଣ କ୍ୟାବିନ କ୍ରୁ ଥିଲେ । ବିମାନଟି ୧୦ ନମ୍ବର ରନୱେରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ସେହି ସମୟରେ ପ୍ରବଳ ବର୍ଷା ହେବା ସହ ରନୱେରେ ପାଣି ରହିଥିଲା । ବିମାନର ବେଗ ମଧ୍ୟ ଫୁଲ୍ ସ୍ପିଡ୍ ଥିଲା । ଫଳରେ ବିମାନଟି ରନୱେ ଅତିକ୍ରମ କରି ପାଚେରିକୁ ଧକ୍କା ଦେବା ପରେ ୩୦ ଫୁଟ ଗଭୀର ଘାଟିତଳକୁ ଖସି ପଡିଥିଲା । ଏହାଦ୍ୱାରା ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା । କିନ୍ତୁ ବିମାନରେ ନିଆଁ ଲାଗି ନଥିଲା । ଦୁର୍ଘଟଣାରେ ବିମାନର ଦୁଇ ପାଇଲଟ କ୍ୟାପଟେନ ଦୀପକ ବସନ୍ତ ସାଠେ ଓ ସହ-ପାଇଲଟ ଅଖିଳେଶ କୁମାରଙ୍କ ମୃତୁ୍ୟ ଘଟିଛି । ଏଥିସହ ଅନ୍ୟ ୧୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ।
ଲ୍ୟାଣ୍ଡିଂ ସମୟରେ ପ୍ରବଳ ବର୍ଷା ଯୋଗୁ ହେଉଥିଲା । ଭିଜିବିଲିଟି କମ ରହିଥିଲା । ତେଣୁ ପାଇଲଟ ପ୍ରଥମ ପ୍ରୟାସରେ ବିମାନକୁ ଅବତରଣ କରିପାରି ନଥିଲେ । ତେଣୁ ସେ ବିମାନବନ୍ଦର ଉପରେ ଚକ୍କର କାଟିଥିଲେ । ଦ୍ୱିତୀୟଥର ବିମାନ ଅବତରଣ କରିବାକୁ ପ୍ରୟାସ କରିଥିଲେ । ଅବତରଣ ମଧ୍ୟ କରାଇଥିଲେ । ମାତ୍ର ସଫଳ ହୋଇପାରି ନଥିଲେ । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚô ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ସହାୟତାରେ ଆହତଙ୍କୁ କୋଝିକୋଡ ମେଡିକାଲ କଲେଜ ସମେତ ନିକଟସ୍ଥ ଅନ୍ୟ ହସ୍ପିଟାଲ ପଠାଯିବାର ବ୍ୟବସ୍ଥା କରିଥିଲେ । ବିମାନ ଭିତରେ ଆହୁରି କିଛି ଯାତ୍ରୀ ଫସି ରହିଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଲାପୁରମରୁ ୫୦ ଜଣିଆ ଏନ୍ଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଧଶାଳୟ (ଡିଜସିଏ) ଦୁର୍ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇଛି । ବିମାନ ଅବତରଣ ବେଳେ ଭିଜିବିଲିଟି ୨ ହଜାର ମିଟର ଥିବା ଡିଜିସିଏ କହିଛି ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଏନ୍ଡିଆରଏଫ୍ ଟିମକୁ ନିଦେ୍ର୍ଧଶ ଦେଇଛନ୍ତି । ସେହିଭଳି ଆହତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବା ଲାଗି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ସେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନ ଯାତ୍ରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର (୦୪୯୫-୨୩୭୬୯୦୧)ଜାରି କରାଯାଇଛି । ସେମାନେ ଏହି ନମ୍ବର ସହାୟତାରେ କାରିପୁର ବିମାନବନ୍ଦର କର୍ତ୍ତୃପକ୍ଷ ସହ ଯୋଗାଯୋଗ କରି ଆବଶ୍ୟକ ସୂଚନା ପାଇପାରିବେ ବୋଲି କୁହାଯାଇଛି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍ କରି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ ବୁ୍ୟରୋ ଦୁର୍ଘଟଣାର ଯାଞ୍ଚ କରିବ ବୋଲି ସେ କହିଛନ୍ତି । ନୂଆଦିଲ୍ଲୀ ଠାରେ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରୀ ବୈଠକ ବସି ବିମାନ ଦୁର୍ଘଟଣା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବୈଠକରେ ଡିଜିସିଏ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତର ବିମାନ ବନ୍ଦର ପ୍ରାଧିକରଣ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ବରିÂ ଅଧିକାରୀମାନେ ଯୋଗଦେଇଥିଲେ । କୁହାଯାଉଛି କି ଏହି ବିମାନବନ୍ଦର ପାହାଡିଆ ଅଞ୍ଚଳରେ ରହିଥିଲା ବେଳେ ରନୱେଟି ମଧ୍ୟ ଅପେକ୍ଷାକୃତ ଭାବେ ଛୋଟ । ତେଣୁ ଏଠାରେ ବିମାନ ଅବତରଣ କରାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ ।
Comments are closed, but trackbacks and pingbacks are open.