ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶଟ୍ଡାଉନ୍ ବେଳେ ଜବତ ହୋଇଛି ୨୮ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର । କଟକ ପୀରବଜାର ଅଞ୍ଚଳରୁ ବାଇକ୍ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଗତକାଲି ୨୭୫ ଗ୍ରାମର ବ୍ରାଉନ୍ସୁଗର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଅଭିଯୁକ୍ତ ଜଣକ କଟକ ଜିଲ୍ଲା ପଦ୍ମପୁର ଅଞ୍ଚଳର କର୍ଣ୍ଣଚନ୍ଦ୍ର ଦାସ । ସେ ଜଳେଶ୍ୱର, ବାଲେଶ୍ୱରରୁ ବ୍ରାଉନ୍ସୁଗର ସଂଗ୍ରହ କରି ଏହାକୁ ଛୋଟ ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି । ବାଇକ୍ରେ ବ୍ରାଉନସୁଗର ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଏହାକୁ ଧରିବାରେ ସଫଳ ହୋଇଥିଲା । କର୍ଣ୍ଣଚନ୍ଦ୍ରଙ୍କୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ବ୍ରାଉନସୁଗର ଓ ବାଇକ୍ ଜବତ କରିଛି । ଉଲ୍ଲେଖଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୪ଦିନ ପୂର୍ବେ । କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନ୍ସୁଗର ଖୋର୍ଦ୍ଧାରୁ ଜବତ କରିଥିଲା । କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଏବେ ବ୍ରାଉନ୍ସୁଗରର ହବ୍ ପାଲଟିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବିପୁଳ ପରିମାଣର ବ୍ରାଉନସୁଗର ଏଠାକୁ ଆସି କୋଟି କୋଟି ଟଙ୍କାରେ କାରବାର ହେଉଛି ।
Comments are closed, but trackbacks and pingbacks are open.